ଜିଲ୍ଲାସ୍ତରୀୟ ବିଜୁମହିଳା ନେତୃତ୍ୱ ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ସଦର ବିଜେଡି ମହିଳାର ନେତୃତ୍ୱ ସମ୍ମିଳନୀ କାର୍ଯ୍ୟକ୍ରମ ରାଇରଙ୍ଗପୁରର ପୂର୍ଣଚନ୍ଦ୍ର ଭବନ ପରିସରରେ ଗୁରୁବାର ଦିନ ସଦର ଜିଲ୍ଲା ସଭାପତି ତନୁଜା ମହାନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟ କାଯ୍ୟକାରୀ ମହିଳା ସଭାନେତ୍ରୀ ସୁବାସିନୀ ଜେନା, ରାଜସ୍ଵ ମନ୍ତ୍ରୀ ସୁଦାମ ଚରଣ ମାରାଣ୍ଡୀ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସଂଯୋଜିକା ପ୍ରିତିନନ୍ଦା କାନୁନଗୋ, ଯଶିପୁର ବିଧାୟିକା ବାସନ୍ତୀ ହେମ୍ବ୍ରମ, ବାସନ୍ତୀ ମାରାଣ୍ଡୀ ସମେତ ସମସ୍ତ ବ୍ଳକ, ଏନେଏସି କରଂଜିଆ, ମ୍ୟୁନସିପାଲଟି ରାଇରଙ୍ଗପୁରର ମହିଳା ନେତ୍ରୀ ଓ କର୍ମି ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଦଳୀୟ ନେତୃବୃନ୍ଦ ଦୁର୍ଗା ମଣ୍ଡପ ଛକରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଅତିଥି ନେତୃବୃନ୍ଦଙ୍କୁ ଆଦିବାସୀ ନୂତ୍ୟ, ବାଜାରେ ବିଜୁପଟନାୟକ ଛକରୁ ପୂର୍ଣଚନ୍ଦ୍ର ଭଵନ ସଭା ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ନିଆ ଯାଇଥିଲା । ବିଜୁ ପଟନାୟକ ଅମର ରହେ, ଆମର ନେତା ନବୀନ ବାଵୁ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହୋଇଥିଲା ରାଇରଙ୍ଗପୁର ସହର । ପରେ ନେତୃବୃନ୍ଦଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ସମେତ ଅତିଥି ବୃନ୍ଦ ଓଡିଶାର ମହିଳା ମାନଙ୍କ ପାଇଁ ବିଜେଡି ବହୁବିଧ ଯୋଜନା ସ୍ୱାବଲମ୍ବୀ କରିବା ପାଇଁ, ସ୍ମାର୍ଟ ସ୍ୱାସ୍ଥ୍ୟ ଯୋଜନା, କୃଷକ ବୀମା ଯୋଜନା ଠାରୁ ବହୁବିଧ ଯୋଜନା କରିଛନ୍ତି । ବିଜେଡି ମହିଳାମାନଙ୍କ ପାଇଁ ପଞ୍ଚାୟତ ସ୍ତରରେ ମହିଳା ମାନଙ୍କ ପାଇଁ ଶତକଡା ୫୦ ଭାଗ ସଂରକ୍ଷିତ ଇତିହାସ ସୃଷ୍ଟି କରିଛି ।ମହିଳା ଅବଳା,ଦୁର୍ବଳା ନୁହେଁ । ମିଶନ ଶକ୍ତି ଜରିଆରେ ସେମାନଙ୍କୁ ଆର୍ଥିକ ଆତ୍ମନିର୍ଭରଶୀଳ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ବିଜେଡି ଏକମାତ୍ର ଦଳ ଯିଏକି ମାତୃ ଶକ୍ତିକୁ ସମ୍ମାନ ଜଣାଇବା ସହ ଗାଁର ବିକାଶ ପାଇଁ ଗାଁ କୁ କାମ ଦେଇ ସମ୍ମାନ ବଢାଉଛି । ସଭା ଶେଷରେ ମହିଳା ମାନେ ସଭା ମଣ୍ଡପରେ ଡିଜେରେ ତାଳେ ତାଳେ ନୃତ୍ୟ ସଂଗୀତରେ କିଛି ସମୟ ବିଭୋର ହୋଇଥିଲେ । ଦିର୍ଘ ଦିନପରେ ରାଜ୍ୟ ମହିଳା ନେତୃତ୍ୟଙ୍କୁ ପାଖରେ ପାଇ ସ୍ଥାନୀୟ ବିଜେଡି ମହିଳା ଆନନ୍ଦିତ ହେବା ସହ ସେମାନଙ୍କର ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଜୁ ମହିଳା ସଂଗଠନକୁ ତୃଣମୂଳ ସ୍ତରରେ ଆହୂରି ମଜଭୁତ କରିବା ପାଇଁ ଉପସ୍ଥିତ ସମସ୍ତ ମହିଳା ଶପଥ ନେଇଥିଲେ । ଶେଷରେ ସଦର ମହିଳା ବିଜେଡି ସଭାନେତ୍ରୀ ତନୁଜା ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ