ଜିଲ୍ଲାସ୍ତରୀୟ ବିଶ୍ୱ କର୍କଟ ନିରାକରଣ ଦିବସ ପାଳିତ

ବାଲେଶ୍ୱର(ଯୁଗାଦ୍ଦ ନ୍ୟୁଜ୍‍): ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଜିଲ୍ଲା ତାଲିମ୍ ପ୍ରକୋଷ୍ଠଠାରେ ଜିଲ୍ଲାସ୍ତରୀୟ ବିଶ୍ୱ କର୍କଟ ନିରାକରଣ ଦିବସ-୨୦୧୯ ପାଳିତ ହୋଇଯାଇଛି । ଏହି ଅବସରରେ ସହକାରୀ ଜିଲ୍ଲା ଚିକିତ୍ସାଧିକାରୀ ଡା. ପରେଶ ଚନ୍ଦ୍ର ନନ୍ଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡା. ସନ୍ଧ୍ୟାରାଣୀ ପଟ୍ଟନାୟକ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରିୟ ଘୋଷ, ଡା. ରତ୍ନାକର ଦାସ, ଡିପିଏମ୍ ଶ୍ରୀ ପ୍ରଭୁ ପ୍ରତ୍ୟନ୍ତ ପତି, ଜିଲ୍ଲା ଜନସ୍ୱାସ୍ଥ୍ୟ ସଞ୍ଚାର ଅଧିକାରୀ ନରେଶ ଚନ୍ଦ୍ର ଦାଶ, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ସୂଚନା ଅଧିକାରୀ ରମଣୀକାନ୍ତ ଭଞ୍ଜ, ପରିଦର୍ଶକ ବ୍ରଜେଶ୍ୱର ନନ୍ଦୀ, ମନୋଜ କୁମାର ଚାନ୍ଦ, ଆଶାକର୍ମୀ, ଅଙ୍ଗନବାଡି, ଆଇସିଡିଏସ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ରହି କର୍କଟ ରୋଗ ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଶେଷରେ ପୂର୍ବରୁ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କୁନ୍ତଳା କୁମାରୀ ମହିଳା ମହାବିଦ୍ୟାଳୟ ଓ ପବ୍ଲିକ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ