ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିଶ୍ୱ ବନ ଦିବସ ଉପଲକ୍ଷେ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ଅନୁଷ୍ଠାନ ସଭା ଗୃହରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ । ସଭା କାର୍ଯ୍ୟକ୍ରମରେ ବନ ସୁରକ୍ଷା ଉପରେ ବିସ୍ତୃତ ଭାବେ ଆଲୋଚନା ହେବା ସହ ଜଙ୍ଗଲର ସୁରକ୍ଷା, ବନପାହାଡ ଇଲାକାରେ ରହୁଥିବା ଲୋକଙ୍କୁ ସଚେତନତା କରିବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ସଭା ପ୍ରାରମ୍ଭରେ ଏସିଏଫ ଗୌରୀ ଶଙ୍କର ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଭା ଶେଷରେ ଏସିଏଫ ଭାଷ୍କର ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ ସୁରକ୍ଷା ସମିତିର ସମ୍ପାଦକ ଓ ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।


