ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଚାଷ ଦିବସ ପାଳିତ

ପାରଳାଖେମେୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ସ୍ଥାନୀୟ ଆର୍‌ସେଟି ସଭାଗୃହ ଠାରେ ହୋଇଥିବା ବେଳେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇ ଉଦ୍‌ଘାଟିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଉପପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା, ସିୟୁଟିଏମ୍‌ର ମତ୍ସ୍ୟ ପ୍ରାଧ୍ୟାପକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ମତ୍ସ୍ୟଚାଷୀଙ୍କୁ ପ୍ରେରଣା ଦେଇଥିଲେ । ଜିଲ୍ଲାର ସାତ ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥଲା । ୨ ଗୋଟି ମହିଳା ଗୋଷ୍ଠି ଓ ୨ ଗୋଟି ମତ୍ସ୍ୟ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ୫୦ ଜଣ ମତ୍ସ୍ୟ ଚାଷୀ, ସହକାରୀ ମତ୍ସ୍ୟଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କିଶୋର ଚନ୍ଦ୍ର ପତି ପରିଚାଳନା କରିଥିବା ବେଳେ ଶେଷରେ ଲିସା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ