ଜିଲ୍ଲାସ୍ତରୀୟ ବିଶ୍ୱ ମିତଵ୍ୟୟିତା ଦିବସ-୨୦୨୩ ପାଳିତ

ବାଲେଶ୍ୱର,(ସରୋଜ ପଣ୍ଡା) : ବାଲେଶ୍ୱର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୂଲ୍ୟରେ ଆଜି ବିଶ୍ୱ ମିତଵ୍ୟୟିତା ଦିବସ-୨୦୨୩ ପାଳିତ ହୋଇଯାଇଛି I ଉଲ୍ଲେଖ ଯୋଗ୍ୟ ଯେ, ଜନସାଧାରଣଙ୍କ ସଞ୍ଚୟକୁ ଏକ ଅଭ୍ୟାସରେ ପରିଣତ କରିବା ଏବଂ ଅନାବଶ୍ୟକ ଖର୍ଚ୍ଚକୁ ଯଥା ସମ୍ଭବ କମାଇ ସଞ୍ଚୟ କରିଲେ ଭବିଷ୍ୟତରେ ବ୍ୟକ୍ତିର ଆର୍ଥିକ ଅଭିବୃଦ୍ଧି ଘଟିବା ସହିତ ଜରୁରୀ ସମୟରେ କାମରେ ଆସିବ, ଏହି ବାର୍ତ୍ତା ହିଁ ବିଶ୍ୱ ମିତଵ୍ୟୟିତା ଦିବସର ମୂଳ ଉଦ୍ଦେଶ୍ୟ I ଏହି ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଞ୍ଚୟ ରଥ ବାହାରି ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପରିକ୍ରମା କରିଛି I ଏହି ରଥକୁ ସକାଳ ୧୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I ଏହି ରଥ ମାଧ୍ୟମରେ ଜନସାଧାରଣକୁ ସ୍ୱଳ୍ପ ସଞ୍ଚୟ ତଥା ବିତ୍ତିୟ ସାକ୍ଷରତା ସମ୍ପର୍କରେ ସଚେତନ କରି ସହରର ବିଭିନ୍ନ ଅଞ୍ଚଳ ତଥା ଗ୍ରାମାଞ୍ଚଳର ବଜାର, ହାଟ ଓ ଛକରେ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱଳ୍ପ ସଞ୍ଚୟ ଯୋଜନାର ମୁଦ୍ରିତ ପ୍ରଚାର ପତ୍ରିକା ବଣ୍ଟନ କରା ଯାଇଥିଲା I ପ୍ରକାଶ ଥାଉ କି, ଆସନ୍ତା ଅକ୍ଟୋବର ୩୧ ତାରିଖଠାରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ସଞ୍ଚୟ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା, ଆର୍ଥିକ ସାକ୍ଷରତା ଶିବିର, ବୃକ୍ଷରୋପଣ ତଥା ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ସମ୍ମାନିତ ସଭା ଆଦି କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି I ଆଜିର ସଞ୍ଚୟ ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ସହ ନିର୍ଦ୍ଦେଶକ- ସଞ୍ଚୟ ଓ ଆର୍ଥିକ ସେବା, ବାଲେଶ୍ୱର ଶ୍ରୀ ଜିତେନ୍ଦ୍ର ନାଥ ନାୟକ, ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ମାନ୍ନା, ବରିଷ୍ଠ ରାଜସ୍ବ ସହାୟିକା ଶ୍ରୀମତୀ ସ୍ଵର୍ଣପ୍ରିୟା ଦାସ, ବାସୁଦେବ କର ଏବଂ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତାବୃନ୍ଦ ତଥା ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ