ଜିଲ୍ଲାସ୍ତରୀୟ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ’ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ହୋଇ ଯାଇଛି  । ଏହି ଅବସରରେ ଏଏନଏମ ତାଲିମ କେନ୍ଦ୍ରର ତାଲିମାର୍ଥୀ ମାନେ ଯୋଗଦେଇ ଏକ ସଚେତନତା ଶୋଭାଯାତ୍ରା ବାହାରି ଥିବା ବେଳେ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ଡାକ୍ତର ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ l  ପରେ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କାକ୍ଷଠାରେ  ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମ”ରେ  ସିଡିଏମଓ: ଡାକ୍ତର ଶ୍ରୀ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଏଡିଏମଓ  ଡାକ୍ତର ମୁବାରକ ଅଲ୍ଲୀ, ଡାକ୍ତର ଆନନ୍ଦ ଚନ୍ଦ୍ର ସାମନ୍ତରାୟ ,  ଜିଲ୍ଲା ଲେପ୍ରୋସି ଅଧିକାରୀ ଡାକ୍ତର ଇନ୍ଦିରା ମହାପାତ୍ର  ପ୍ରମୁଖ ମଞ୍ଚଆସୀନ ହୋଇ ଆଜିର ଏହି ଦିବସ ସମ୍ପର୍କୀୟ ଆଲୋଚନା କରିବା ସହ ପରିବେଷର ବିବର୍ତ୍ତନ ଅନୁସାରେ ସ୍ୱାସ୍ଥ୍ୟର ଯେଉଁ ଅବନ୍ନତି ଘଟୁଛି , ସେଥିପ୍ରତି ଦୃଷ୍ଟି ଦେବା ସହ ଶାରୀରିକ , ମାନସିକ , ସାମାଜିକ , ଆଧ୍ୟାତ୍ମିକ  ଓ  ଅର୍ଥନୈତିକ ସୁସ୍ଥତା ଦିଗରେ ବିକାଶ କରିବା ଏବଂ ରହି ଆସୁଥିବା ସ୍ୱାସ୍ଥ୍ୟ ସମସ୍ୟାର  କିଭଳି ନିରାକରଣ କରାଯାଇ ଲୋକ ମାନଙ୍କୁ ଉତ୍ତମ ସେବା ପ୍ରଦାନ କରାଯିବ ସେ ନେଇ ଆଲୋଚନା  ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ