ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣିରେ ଭିନ୍ନକ୍ଷମଙ୍କୁ ତ୍ୱରିତ ସହାୟତା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୌରସଂସ୍ଥା ଟାଉନହଲରେ ଅନୁଷ୍ଠିତ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ମହାକାଳପଡା ବ୍ଲକ ଅନ୍ତର୍ଗତ ବାଲିସୁଆ ଗ୍ରାମର ଅଲେଖ ରାଉତଙ୍କ ଭିନ୍ନକ୍ଷମ ଝିଅ ଲକ୍ଷ୍ମୀପ୍ରିୟା ରାଉତ ଉପସ୍ଥିତ ହୋଇି ତିନିମାସ ହେବ ଭତ୍ତା ପାଉନଥିବା ଅଭିଯୋଗ କରିଥିଲେ । ଏହାକୁ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ସେଠାରେ ଉପସ୍ଥିତ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ନିର୍ଦ୍ଦେଶ ଦେବା ସହିତ ଉପଜିଲ୍ଲାପାଳ ବନ୍ଦଥିବା ତାଙ୍କ ଭତ୍ତାକୁ ଜାନୁୟାରୀମାସ ଠାରୁ ପ୍ରଦାନ ପାଇଁ ମହାକାଳପଡା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାବ୍ୟତିତ ଡେରାବିଶ ବ୍ଲକରୁ ଆସିଥିବା ଭିନ୍ନକ୍ଷମ(ସମ୍ପୂର୍ଣ୍ଣ ଦୃଷ୍ଟି ବାଧିତ) କୁଶିଆପାଳ ପଞ୍ଚାୟତର ନୁଆଗାଁର ଦୁର୍ଯ୍ୟୋଧନ ମଲ୍ଲିକ ୨୦୨୨ ମସିହା ସେପ୍ଟେମ୍ବର ମାସରୁ ଭତ୍ତାପାଇବାରୁ ବଞ୍ଚିତ ହୋଇଥିଲେ । ତାଙ୍କର ଅସୁବିଧାକୁ ସମାଧାନ କରାଯିବା ସହିତ ତାଙ୍କୁ ସମସ୍ତ ବକେୟା ଭତ୍ତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ