ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଜରୁରୀ ବୈଠକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ପରିତାପର ବିଷୟ, ଜନସାଧାରଣଙ୍କ ସେବାରେ ଅହରହ ନିଯୁକ୍ତ ଏହି ବର୍ଗର କର୍ମଚାରୀମାନେ ସରକାରୀ ଅବହେଳାର ଚରମ ଶିକାର । ଏହାକୁ ବିରୋଧ କରି ରବିବାର ଦିନ ସଚିବାଳୟ ସେବା ସଂଘର ସଭାଗୃହଠାରେ ସମଭାବାପନ୍ନ ବିଭିନ୍ନ ବର୍ଗର ଜିଲ୍ଲାସ୍ତରୀୟ ଅମଲା ସଂଘମାନଙ୍କର ପ୍ରତିନିଧିମାନେ ଏକାଠି ହୋଇ ଏକ ମିଳିତ ମଞ୍ଚ ଗଠନ କରିଛନ୍ତି । ଓଡ଼ିଶା ଅମଲା ସଂଘର ରାଜ୍ୟ ସଭାପତି ଶ୍ରୀ ନାରାୟଣ ଦାଶ, ଅଧ୍ୟକ୍ଷ ଏବଂ ଶ୍ରୀ ଚିତ୍ତରଞ୍ଜନ ତରାସିଆ, ଆବାହକ ଭାବେ କାର୍ଯ୍ୟ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା । ଆନ୍ଦୋଳନ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଏହି କମିଟିରେ ନିମ୍ନଲିଖିତ ସଭ୍ୟମାନେ ମନୋନୀତ ହେଲେ ।ନାରାୟଣ ଦାସ, ସଭାପତି ଓଡ଼ିଶା ଅମଲା ସଂଘ, ଅଧ୍ୟକ୍ଷ, ଚିତ୍ତରଞ୍ଜନ ତରାସିଆ, ଓଡ଼ିଶା ଅମଲା ସଂଘ, ଆବାହକ, ପ୍ରସନ୍ନ କୁମାର ତ୍ରିପାଠୀ, ଓଡ଼ିଶା ଅମଲା ସଂଘ, ସାଧାରଣ ସମ୍ପାଦକ, ଜ୍ଞାନରଞ୍ଜନ ଦାସ, ଓଡ଼ିଶା ଅମଲା ସଂଘ, ହୃଦୟ ବିହାରୀ ମହାପାତ୍ର, ଓଡ଼ିଶା ଅମଲା ସଂଘ, ଲଳିତ ଶତପଥୀ, ଓଡ଼ିଶା ଅମଲା ସଂଘ, ବିରଞ୍ôଚ ବରାଳ, ଓଡ଼ିଶା ଅମଲା ସଂଘ, ଅରୁଣ କୁମାର ବଳିୟାରସିଂହ, ଓଡ଼ିଶା ଅମଲା ସଂଘ, ସୁକାନ୍ତ କୁମାର ମହାପାତ୍ର, ଓଡ଼ିଶା ଅମଲା ସଂଘ, ଗୁରୁ ଗୋବିନ୍ଦ ଦଳାଇ, ଓଡ଼ିଶା ଅମଲା ସଂଘ, ଲୋକେଶ୍ୱର ସାହୁ, ଓଡ଼ିଶା ରାଜସ୍ୱ ଅମଲା ସଂଘ, ତ୍ରିପତି ବାଲାଜି ସାହୁ, ଓଡ଼ିଶା ରାଜସ୍ୱ ଅମଲା ସଂଘ, ନରେଶ ଚନ୍ଦ୍ର ମହାପାତ୍ର, ଓଡ଼ିଶା ରାଜସ୍ୱ ଅମଲା ସଂଘ, ନିହାର ରଞ୍ଜନ ଦାସ , ଓଡ଼ିଶା ରାଜସ୍ୱ ଅମଲା ସଂଘ, ରମାକାନ୍ତ ସାହୁ, ଓଡ଼ିଶା ରାଜସ୍ୱ ଅମଲା ସଂଘ, ବିଭୂତି ଭୂଷଣ ପଟ୍ଟନାୟକ, ଓଡ଼ିଶା ରାଜସ୍ୱ ଅମଲା ସଂଘ, ସମର କାନୁନଗୋ, ସଭାପତି, ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘ, ଶୁଭେନ୍ଦୁ କୁମାର ରାଉତରାୟ, ସମ୍ପାଦକ, ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘ, ରାଜେନ୍ଦ୍ର ମେହେର, ଦିବାକର ବେହେରା, ବିଭୂଦତ୍ତ ମିଶ୍ର, ଟ୍ରେଜେରୀ ଅମଲା ସଂଘ ଏବଂ ନଳିନୀକାନ୍ତ ମହାନ୍ତି, ସବ୍ ରେଜିଷ୍ଟାର ଅମଲା ସଂଘର ପ୍ରତିନିଧିମାନେ ଏହି ମଞ୍ଚର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।ଆଗାମୀ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ମିିଳିତ ମଞ୍ଚର ଜିଲ୍ଲା କମିଟି ଗଠନ କରାଯିବ ଏବଂ ପରବର୍ତ୍ତୀ ରାଜ୍ୟ ଅମଲା ସଂଘ ମିଳିତ ମଞ୍ଚର ବୈଠକ କରାଯାଇ (ମିଶନ ଗ୍ରେଡ୍ ପେ-୪୨୦୦) ବେତନ ବୃଦ୍ଧି ନେଇ ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ କରି ଆଗାମୀ ଦିନରେ ଏହି ମିଳିତ ମଞ୍ଚର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି ।


