ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଯୁବଶକ୍ତି ହେଉଛି ଭାରତ ଭଳି ବିକାଶମୁଖୀ ଦେଶର ମେରୁଦଣ୍ଡ । ଆଜିର ଯୁବକ ଯୁବତୀମାନେ ଦେଶର ଭବିଷ୍ୟତ ବୋଲି ଜିଲ୍ଲାସ୍ତରୀୟ ଯୁବ ଉତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ନେହେରୁ ଯୁବ କେନ୍ଦ୍ର ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ମଧୁସୂଦନ କାମିଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, ମୁଖ୍ୟବକ୍ତା ଭାବେ ଡେପୁଟି କଲେକ୍ଟର ରାଜେନ୍ଦ୍ର କୁମାର ଆଚାର୍ଯ୍ୟ, ସମ୍ମାନୀୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ଗୋଲି ତିରୁପତି ରେଡ୍ଡି, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଡିପିଓ ଏନଏସଏସ ପଦ୍ମଜା କବି ଶତପଥୀ, ଅଧ୍ୟକ୍ଷ ଗଙ୍ଗାଧର ସାହୁ, ଅଧ୍ୟାପକ ତଥା ଏକ୍ସ-ଡିପିଓ ଶିଶିରକାନ୍ତ ମହାପାତ୍ର, ଏନଏସଏସପିଓ ମୃତ୍ୟୁଞ୍ଜୟ ମହାନ୍ତି ପ୍ରମୁଖ ଯୋଗଦେଇ ମହାପୁରୁଷ ବିବେକାନନ୍ଦଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହେବା ସହ ଦେଶ ଓ ଜାତିର ଉତ୍ଥାନ ପାଇଁ ଯୁବଶକ୍ତିର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରାୟତଃ ୩୦ଗୋଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସାଂସ୍କୃତିକ ଦଳ ବିଭିନ୍ନ ପ୍ରତିଯୋଗୀତା, ହିନ୍ଦୀ ଓ ଇଂରାଜୀ ବକ୍ତୃତା, ଚିତ୍ରାଙ୍କନ, ଫଟୋ ୱାର୍କସପ, କବିତା ଲିଖନ ଓ ପଠନ ସହ ଦେଶାତ୍ମବୋଧ ନୃତ୍ୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଇଥିଲେ । ଅପରାହ୍ନରେ ପାଲା ପରିବେଷଣ କରାଯାଇଥିଲା । ଅପରାହ୍ନରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଏବଂ ୱାଇ. ଆର. ସି. କାଉନସିଲର ତଥା ଅଧ୍ୟାପକ ଗୁରୁଚରଣ ସେଠୀ ଅତିଥର ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ନେହେରୁ ଯୁବକେନ୍ଦ୍ରର ସଦସ୍ୟ ଲକ୍ଷ୍ମୀକାନ୍ତ ଜେନା ଓ ଶୁଭେନ୍ଦ୍ରନାଥ ସାହୁ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ରାଜେନ୍ଦ୍ର ଲେଙ୍କା, ହରମୋହନ ଦାଶ, ସାହେବ ପ୍ରଧାନ, ଶଶୀ ପ୍ରସାଦ ମହାରଣା, ବର୍ଷ।।ରାଣୀ ସାହୁ, ସେହେନାଜ ପରୱିନ ଏବଂ ଏନ.ୱାଇ.କେ.ର ସ୍ୱେଚ୍ଛାସେବୀ ନମିତା ମହାରଣା, ଅଳକା ରାଉତ, ଲକ୍ଷ୍ମୀ ସାଗର ମହାନ୍ତି ଓ ହରପ୍ରିୟା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ