ଜିଲ୍ଲାସ୍ତରୀୟ ଯୋଗ ଚମ୍ପିୟନସିପ୍ ପ୍ରତିଯୋଗିତା ଉଦ୍ଯାପିତ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାଲେଶ୍ୱର ରାଣୀପାଟଣାଠାରେ ଯୋଗାସନ ସ୍ପୋର୍ଟସ ଆସୋସିଏସନ୍ ଦ୍ୱାରା ଜିଲ୍ଲାସ୍ତରୀୟ ଯୋଗ ଚମ୍ପିଆନସିପ୍ ଅନୁଷ୍ଠିତ ହୋଇଅଛି । ଏହି ଯୋଗାସନ ପ୍ରତିଯୋଗିତାରେ ଆସୋସିଏସନ୍ର ସଭାପତି ଗୋବର୍ଦ୍ଧନ ସାହୁ, ଜିଲ୍ଲା ସଂଯୋଜକ ମୁକ୍ତିକାନ୍ତ ପାଣିଗ୍ରାହୀ, ପ୍ରୋଗ୍ରାମ ସମ୍ପାଦକ ମନୋଜ କୁମାର ଦେ ଙ୍କ ସହ ମୁଖ୍ୟଅତିଥି ଆରକ୍ଷୀ ଅଧୀକ୍ଷିକା ସାଗରିକା ନାଥ, ସବ୍କଲେକ୍ଟର କୁନାଲ୍ ମୋତିରାମ ଚୌହାନ, ସ୍ଥାନୀୟ କାଉନସିଲର ଗୌରୀ ଦାସ, ଜିଲ୍ଲା କ୍ରୀଡ଼ା ଅଫିସର ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ଅଶୋକ କୁମାର ନାୟକ, ପତଞ୍ଜଳି ଯୋଗପ୍ରଭାରି ଡ. ଗୋପାଳ କାର୍ଯ୍ୟକ୍ରମକୁ ଦୀପ ପ୍ରଜ୍ଜ୍ୱଳନ କରି ଶୋଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୧୩୫ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଯୋଗ ଦେଇଥିଲେ । ସେଥିମଧ୍ୟରୁ ୩୩ ଜଣଙ୍କୁ ରାଜ୍ୟ ସ୍ତରକୁ ମନୋନୀତ କରାଯାଇଥିଲା । ଏହି ମନୋନୟନ କମିଟିରେ ଜଜ୍ ଭାବରେ ୧୬ ଜଣ ରାଷ୍ଟ୍ରୀୟ ଯୋଗ ଜଜ୍ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ଯୋଗ ସଂଗଠନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଉଦ୍ଯାପନୀ ଉତ୍ସବରେ ହୋମିଓପ୍ୟାଥି ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫେସର ଡା. ଜୟଶ୍ରୀ ନନ୍ଦ ଓ ବିଶିଷ୍ଟ କବି ପ୍ରଶାନ୍ତ କୁମାର ଦାସ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପଦକ ପ୍ରଦାନ କରିଥିଲେ । ଯୋଗ ବିଚାରକମାନଙ୍କୁ ପ୍ରଶସ୍ତିପତ୍ର, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଜିଲ୍ଲା ସଂଯୋଜକ କହିଥିଲେ ଅନୁଶାସନରୁ ଆତ୍ମସମାଧି ପର୍ଯ୍ୟନ୍ତ ଓ ଶାରୀରିକ, ମାନସିକ ଆଧ୍ୟାମିôକ ସୁସ୍ଥତା ସହ ସୁସ୍ଥସମାଜ ଗଠନ ହୋଇପାରିବ । ଯୋଗ ମହୋତ୍ସବ ସମିତି, ବାଲେଶ୍ୱରର ସଭାପତି ସୁଜିତ୍ କୁମାର ଜେନା ମୁଖ୍ୟ ଜଜ୍ ରହିବା ସହ ଜଜ୍ମାନଙ୍କୁ ସହଯୋଗ କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୀତାଂଶୁ ଶେଖର ବେହେରା, ମନୋରଞ୍ଜନ ପଣ୍ଡା, ମମତା ମଢ଼ୁଆଳ, ସିତଳା ଦାସ, ଦମୟନ୍ତୀ ମହାପାତ୍ର, ଡ. ଚିତ୍ତରଞ୍ଜନ ସାହୁ, ସ୍ନେହଲତା ଦାସ, ପ୍ରଭାତ ମହାରଣା, ସୁଚିସ୍ମିତା ପରିଡ଼ା, ଅନିତା ମିଶ୍ର, ନିବେଦିତା ନାୟକ, ସଂଜୀବ କୁମାର ତାଲଦୀ, ଦିବ୍ୟରଞ୍ଜନ ମହାନ୍ତି ଓ ଗୌରାଙ୍ଗ ଭାଇ ସହଯୋଗ କରିଥିଲେ ।