ଜିଲ୍ଲାସ୍ତରୀୟ ରାଷ୍ଟ୍ରିୟ ଲୋକ-ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରା ଜଜଙ୍କ କୋର୍ଟ ପରିସରରେ ଶନିବାର ଦିନ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ-ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ପ୍ରଥମ ଲୋକ ଅଦାଲତରେ ଆଜି ଗଜପତି ଜିଲ୍ଲାରେ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଜୋରିମାନା ଆଦାୟ ହୋଇଛି । ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଏହି ରାଷ୍ଟ୍ରିୟ ଲୋକ ଅଦାଲତରେ ଗଜପତି ଜିଲ୍ଲା ଦୌରା ଜଜ ସତ୍ୟପିର ମିଶ୍ରଙ୍କ ଉପସ୍ଥିତିରେ ବିଭିନ୍ନ ଅଦାଲତ କାର୍ଯ୍ୟ ସମ୍ପାଦନ ହୋଇଥିଲା । ପ୍ରାଧିକରଣର ସଚିବ ରବି ନାରାୟଣ ବେହେରା ଉପସ୍ଥିତ ରହି ଅମସ୍ତ କୋର୍ଟ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଆଜି ଅନୁଷ୍ଠିତ ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ବିଚାରାଧୀନ ଥିବା ମାମଲାର ତ୍ୱରିତ ବିଚାର ପାଇଁ ବିଭିନ୍ନ କୋର୍ଟ ବ୍ୟାଞ୍ଚ ସବୁ ପ୍ରତିଷ୍ଠା କରା ଯାଇଥିଲା । ଏହି ଲୋକ ଅଦାଲତ କାର୍ଯ୍ୟକ୍ରମ ଗୁଡିକରେ ପରିବାର ଅଦାଲତ ଜଜ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲାଜଜ ହେମନ୍ତ କୁମାର ସେଠି , ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ମାନସ ରଞ୍ଜନ ପଣ୍ଡା, ସବଜଜ ଦୀପଙ୍କର ପଣ୍ଡା , ଉପଖଣ୍ଡିୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ବର୍ଷା ଶର୍ମା , ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ , କୋର୍ଟ ରେଜିଷ୍ଟ୍ରାର ସତ୍ୟବ୍ରତ ରାଣା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ । ଗଜପତି ଜିଲ୍ଲାର ରା:ଉଦୟଗିରି ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ସବଜଜ ବିଶ୍ଵେଶର ବିଶ୍ବ ପ୍ରକାଷ ରାୟ , ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀ ପାରଶ ପାଢ଼ୀ , ମୋହନା ସ୍ଥିତ କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଅନନ୍ୟା ଦାସ ଏବଂ କାଶୀନଗର ସ୍ଥିତ ଗ୍ରାମ୍ୟ ନ୍ୟାୟାଳୟରେ ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ରେଷମା ଧଳ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର କାର୍ଯ୍ୟ ସମ୍ପାଦନା କରିଥିଲେ । ସେହିଭଳି ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ବ୍ୟାଙ୍କ ସମ୍ପର୍କିତ ବିଭିନ୍ନ ମାମଲାର ସମାଧାନ କରିଥିଲେ । ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ଜିଲ୍ଲା କୋର୍ଟ ଓକିଲ ସଂଘ ସଭାପତି ରାମନାଥ ମିଶ୍ରଙ୍କ ସମେତ ବରିଷ୍ଠ ଓକିଲ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜ ନିଜ କେଶ ମକଦ୍ଦମାରେ ସହଯୋଗ କରିଥିଲେ । ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ମୋଟ ୩୧୨ ଟି କେଶକୁ ବିଚାରକୁ ନିଆଯାଇ ୭୯ ଟି କେଶର ତ୍ୱରିତ ବିଚାର ସମାଧାନ କରାଯାଇ ମୋଟ ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରା ଯାଇଥିଲା । ଅନ୍ୟପକ୍ଷରେ ଏହି ଲୋକ ଅଦାଲତ ରେ ୯୧ ଟି ବ୍ୟାଙ୍କ କେଶ ମଧ୍ୟରୁ ୨୨ଟି କେଶର ତ୍ୱରିତ ଫଇସଲା କରା ଯାଇଥିଲା । ଏହି ସମସ୍ତ ଲୋକ ଅଦାଲତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରି ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ