ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ବାଲ୍ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଉପରେ ସମନ୍ୱୀତ କର୍ମଶାଳା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଜିଲ୍ଲାପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମନ୍ୱୀତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଂଜାମ ଜିଲ୍ଲାପାଳ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ଜିଲ୍ଲାରେ ବର୍ତ୍ତା ମୋ ଗେହ୍ଲା ଝିଅ, ମୋ ହସ୍ପିଟାଲ ମୋ ଗର୍ବ, ୱାର୍ଟର ବେଲ କାର୍ଯ୍ୟକ୍ରମ କୁ ୨୦୧୯-୨୦ ବର୍ଷରେ ପ୍ରସ୍ତାବ ରଖି ଏକ୍ସନ ପ୍ଲାନ କରିବାକୁ କହିଥିଲେ । ଏହାକୁ ବ୍ୟାପକ କରି ସଚେତନତା କରାଇବା ପାଇଁ ଆହ୍ୱାନ ଦେଇଥିଲେ । ମହିଳା ମାନଙ୍କ ଗର୍ଭବର୍ତ୍ତୀ ସମୟରେ ସଠିକ୍ ପରୀକ୍ଷା କରିବା ସହ ମା ଓ ଶିଶୁ ମାନଙ୍କୁ ଯତ୍ନ ନେବା ଉପରେ ମତ ରଖିଥିଲେ । ସ୍ୱାସ୍ଥ୍ୟ ସହ ଶିକ୍ଷା ଏବଂ ବିଭିନ୍ନ ବିଭାଗ ସମନ୍ୱୟ ରକ୍ଷା କରି କାର୍ୟ୍ୟ କରିବା ଉପରେ ଜିଲ୍ଲାପାଳ କହିଥିଲେ । ଏହି କାର୍ଯ୍ୟକ୍ରମକୁ ୫ଟି ସଂକେତ ଅନୁଯାୟୀ ସ୍ୱଚ୍ଛତା , କାୟାକଳ୍ପର ଉନ୍ନତୀ, ଟୀକାକରଣ ଉନ୍ନତୀ, ଗାଁ କଲ୍ୟାଣ ସମିତି କାଯ୍ୟଗୁଡିକ ସଫଳତାର ସହ କାର୍ଯ୍ୟକାରୀ କରିଥିବା ତିନୋଟି ବ୍ଲକର ବିପିଏମ୍ ମାନଙ୍କୁ ଜିଲ୍ଲାପାଳ ସାଟିଫିକେଟ ସହ ସମ୍ବର୍ଦ୍ଧିତ କରିଥିଲେ । ପ୍ରଥମ ଭାବେ ଜଗନ୍ନାଥ ପ୍ରସାଦ, ଦ୍ୱିତୀୟ ଭାବେ ବେଲଗାଁ ଏବଂ ତୃତୀୟ ଭାବେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ ଙ୍କୁ ପୁରସ୍କାର ମିଳିଥିଲ।। ବାଲ ସ୍ୱାସ୍ଥ୍ୟ ମିସନ କାର୍ଯ୍ୟକ୍ରମ ଆଧାରେ ୬ରୁ ୧୮ମାସ ମଧ୍ୟରେ ଶିଶୁ ମାନଙ୍କର ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପିଲାଙ୍କର ବିଭିନ୍ନ ରୋଗ ବିଷୟରେ ଜାଣିବାର ଆବଶ୍ୟକତା ରହିଛି । ଏହି ପରି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଲୋହସାର ଅଭାବ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରିବା ସହ ଅନ୍ୟ ୩୮ଟି ରୋଗର ଚିହ୍ନଟ କରାଯାଉଛି । ବିଶେଷ କରି କିଶୋରୀ ମାନଙ୍କ ଠାରେ ଲୋହସାରର ଅଭାବ ଦେଖାଦେଲେ ସେମାନଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟ ସ୍ତରରେ ଅଭିବୃଦ୍ଧି ବାଦାପ୍ରାପ୍ତ ହୁଏ । ଏଣୁ ସେମାନଙ୍କୁ ଲୋହସାର ବଟିକା ପ୍ରଦାନ କରାଯିବା ଆବଶ୍ୟକ ବୋଲି ଆଲୋଚନା ହୋଇଥିଲ।। ଏହି କାର୍ଯ୍ୟକ୍ରମ ପାଇଁ ୪୪ଟି ସ୍ୱାସ୍ଥ୍ୟ ପରିଦର୍ଶକ ଟିମ୍ କାର୍ଯ୍ୟ କରୁଛନ୍ତି । ଜିଲ୍ଲାରେ ୧୮ବର୍ଷ ମଧ୍ୟରେ ୫ଲକ୍ଷ୯୮ହଜାର ୬୪୫ଜଣ ଶିଶୁ ଥିବା ସୂଚନା ମିଳିଛି । ଏହି ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କାରଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବାଲ ସ୍ୱସ୍ଥ୍ୟ ମିସନ କୁ କୁହାଯାଇଛି । ଜିଲ୍ଲାର ଜାତୀୟ ସ୍ୱାସ୍ଥ୍ୟ ମିସନ ପିଆଇପି ୨୦୧୯ ବଜେଟ୍ ୮୯୬୦.୫୪ଲକ୍ଷ ଅଟେ । ଏହି ବଜେଟ୍ କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମରେ ବିନିଯୋଗ କରିବା ନିମନ୍ତେ ଆକଳନ କରାଯାଇଛି । ବିଶେଷ କରି ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର କାର୍ଯ୍ୟକାରିତା ଉପରେ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଅଧିକ ଦୃଷ୍ଟି ଦେବା ପାଇଁ କୁହାଯାଇଥିଲ।। ଏହି କର୍ମଶାଳାରେ ଜିଲ୍ଲାମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ , ଡିପିଏମ୍ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାସଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।