ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ -୨୨ ଅନୁଷ୍ଠିତ
ଫୁଲବାଣୀ, (ସୁନିଲ ବେହେରା):କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ବିଇଡି କଲେଜ ପରିସରରେ ଗୁରୁବାର ସନ୍ଧ୍ୟାରେ ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସଵ ଅନୁଷ୍ଠିତ ହୋଇଥିଲା l ଏଥିରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଶିଶୁମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଲୋକ ଲୋଚନକୁ ଆଣିବା ପାଇଁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ଏଭଳି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା କହିଥିଲେ l ଏଣୁ ବ୍ଲକସ୍ତରରେ ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଯେପରି ଭାଗ ନେଇପାରିବେ ସେଥିପ୍ରତି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦୃଷ୍ଟି ଦେବା ଲାଗି ପରାମର୍ଶ ଦେଇଥିଲେ ମୁଖ୍ୟ ଅତିଥି ଜିଲ୍ଲାପାଳ ପାଟିଲ l ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଫୁଲବାଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଉଚ୍ଚକୋଟିର କଳା ପ୍ରଦର୍ଶନ କରି ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ପ୍ରଦର୍ଶନ କରିଥିବାରୁ ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପୁରସ୍କାର ପ୍ରଦାନ କରିଥିଲେ l ସୁରଭିରେ କ୍ରିଏଟିଭ ରାଇଟିଙ୍ଗରେ ସୁଶ୍ରୀ ତ୍ରିଶା ପ୍ରଧାନ ପ୍ରଥମ, କଳା ଉତ୍ସଵରେ ଟୁ ଡି ପେଇଁଟିଙ୍ଗରେ ସୁଶ୍ରୀ ଫଲଗୁନି କହଁର ପ୍ରଥମ, ଥ୍ରୀ ଡି ପେଣ୍ଟିଙ୍ଗରେ ସୁଶ୍ରୀ ତନୁଶ୍ରୀ ବାଘ ପ୍ରଥମ, ଇଣ୍ଡିଜିନିୟସ ଟଏରେ ସୁଶ୍ରୀ ଅମ୍ବିକା ସାହୁ, ପ୍ରଥମ, ସୋଲ ନୃତ୍ୟରେ ସୁଶ୍ରୀ ଶ୍ରୀଦେବୀ ନାୟକ ପ୍ରଥମ ଓ ସୋଲ ଡ୍ରାମା ରେ ସୁଶ୍ରୀ ଲକ୍ଷ୍ମୀପ୍ରିୟା ସାହୁ ଦ୍ୱିତୀୟ ସ୍ଥାନ ଅର୍ଜନ କରି ମୁଖ୍ୟ ଅତିଥି ଜିଲ୍ଲାପାଳ ପାଟିଲଙ୍କ ଠାରୁ ପୁରସ୍କୃତ ହୋଇ ବାଳିକା ଉଚ୍ଚ ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି l ଫଳରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନା ଦିଗାଲ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଖୁସିବ୍ୟକ୍ତ କରିଛନ୍ତି l ଜିଲ୍ଲାସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆସନ୍ତା ନଭେମ୍ବର ଚଉଦ ଶିଶୁ ଦିବସରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ଅବିଭାବକ ଉପସ୍ଥିତ ଥିଲେ l