ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) : ଅପରାହ୍ନ ୪.୩୦ ଟା ଘଟିକାରେ ବାଲେଶ୍ୱର ସଦର ମହକୁମାସ୍ଥିତ ଉତ୍କଳ ବାଳାଶ୍ରମ ପରିସରରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ- ‘ମହକ ଓ ଉତ୍ସାହ’ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି I ଗତ ୧୯ ତାରିଖରେ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଲେଶ୍ୱର ସଦରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ ମତ ପ୍ରକାଶ କରିଥିଲେ କି ଭବିଷ୍ୟତ ପିଢ଼ିର ଯୁବ ପ୍ରତିଭା ଏବଂ ଯୁବ କ୍ରୀଡ଼ାବିତ୍ ଏକତ୍ରିତ ହୋଇ ଉଲ୍ଲେଖନୀୟ କୌଶଳ ଏବଂ ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ଏହା ଯୁବ ଶକ୍ତିର ଏକ ଉତ୍ସବ ଥିଲା | ଶିଶୁମାନେ ଆମର ବହୁମୂଲ୍ୟ ଉତ୍ସ ଏବଂ ସେମାନଙ୍କୁ ସ୍ବପ୍ନକୁ ସାକାର କରିବା ପାଇଁ ସର୍ବୋତ୍ତମ ସୁଯୋଗ ଯୋଗାଇବା ଆମର ଦାୟିତ୍ୱ | ଉତ୍ସବର ଉଦଯାପନୀ ସମାରୋହରେ ସଭାପତିତ୍ୱ କରି ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ କହିଥିଲେ ଯେ ଏହି ସମାରୋହ କେବଳ ପ୍ରତିଭା ଏବଂ ବିବିଧତାର ଉତ୍ସବ ନୁହେଁ, ବରଂ ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଥିବା ଅସାଧାରଣ ସାମର୍ଥ୍ୟର ଏକ ପ୍ରମାଣ ଅଟେ |ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀ ମୃତୁଞ୍ଜୟ ପଣ୍ଡା, ଶିଶୁ ମଙ୍ଗଳ କମିଟିର ସଦସ୍ୟ ଶ୍ରୀ ପ୍ରିୟରଞ୍ଜନ ମହାନ୍ତି, ଶ୍ରୀ ଶତ୍ରୁଘ୍ନ ମଲ୍ଲିକ, ଶ୍ରୀମତୀ ଅନିତା କର, ଶ୍ରୀମତୀ ଶୁଭସ୍ମିତା ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସୁଶ୍ରୀ ମନସ୍ବିନୀ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ Iଆଜି ଉଦଯାପନୀ ଉତ୍ସବ ଉପଲକ୍ଷେ ଫୁଟବଲ, ଲଙ୍ଗ ଜମ୍ପ, ହାଇ ଜମ୍ପ ଓ ସମୂହ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ ଅତିଥିମାନେ ପୁରସ୍କାର ଏବଂ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ I ପୁରଷ୍କାର ବିତରଣ ପୂର୍ବେ ପିଲାମାନଙ୍କ ଦ୍ୱାରା ସମୂହ ଯୋଗ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା I ଶିଶୁ ସୁରକ୍ଷା ୟୁନିଟର ସୁଶ୍ରୀ ସଂଯୁକ୍ତା ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ Iପ୍ରକାଶ ଥାଉ କି, ବାଲେଶ୍ୱର ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନରୁ ପ୍ରାୟ ୫୦୦ ରୁ ଅଧିକ ଯୁବ ପ୍ରତିଭା ନୃତ୍ୟ, ସଙ୍ଗୀତ ଏବଂ କଳା ସମେତ ବିଭିନ୍ନ ସାଂସ୍କୃତିକ ଏବଂ କ୍ରୀଡ଼ାଭିତ୍ତିକ କାର୍ଯ୍ୟକଳାପରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ | ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ମାନେ ଆସନ୍ତା ନଭେମ୍ବର ମାସରେ ରାଜ୍ୟସ୍ତରରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ବାଲେଶ୍ୱର ଜିଲ୍ଲା ତରଫରୁ ଭାଗ ନେବେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ