ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ପଂଚାୟତ ସ୍ତରରେ ସରକାରୀ ଭିତିଭୂମି ସୁଦୃଢ କରାଯିବ
ବାଲେଶ୍ୱର,(ଯୁଗାବ୍ଦ ନୁ୍ୟଜ୍): ଜିଲ୍ଲାର ସମସ୍ତ ସରପଂଚ ମାନଙ୍କୁ ନେଇ ଆଜି ଏକ ସଚେତନତା କର୍ମଶାଳା ଅନୁÂିତ ହୋଇଯାଇଛି । ପଂଚାୟତ ସ୍ତରରେ ସମସ୍ତ ଯୋଜନାର ସଫଳ ରୂପାୟନ ଏବଂ ରାଜ୍ୟ ସରକାରଙ୍କ ୫ “ଟି” କାର୍ଯ୍ୟକାରିତା ସଂପର୍କରେ ନିର୍ବାଚିତ ସରପଂଚମାନଙ୍କୁ ସଚେତନ କରାଇବା ଉଦେ୍ଧଶ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଯୋଗ ଦେଇ ଗ୍ରାମ ପଂଚାୟତ ବିକାଶ ଯୋଜନାରେ ଉକ୍ତ କାର୍ଯ୍ୟମାନଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷରେ ଅନ୍ତର୍ଭୁକ୍ତ କରିବା ଏବଂ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ କାର୍ଯ୍ୟ କିପରି ତ୍ୱରାନ୍ୱିତ ହୋଇପାରିବ ସେଥିପ୍ରତି ଯତ୍ନବାନ ହେବାକୁ ନିଦେ୍ର୍ଧଶ ଦେଇଥିଲେ । ଏଥି ସହିତ ପଂଚାୟତରେ ଥିବା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରଗୁଡିକର ଗୁଣାତ୍ମକ ବିକାଶ କରାଯିବା ନିମନ୍ତେ ଗ୍ରାମ ପଂଚାୟତଗୁଡିକର ସକ୍ରିୟ ସହଯୋଗ କାମନା କରିଥିଲେ । ବିଶେଷ କରି ରାଜ୍ୟ ଅର୍ଥ କମିଶନ ଏବଂ କେନ୍ଦ୍ର ଅର୍ଥ କମିଶନ ମାଧ୍ୟମରେ ପ୍ରାପ୍ତ ହୋଇଥିବା ଅର୍ଥ ଯାହା କି ବର୍ଷ ବର୍ଷ ଧରି ଖର୍ଚ୍ଚ ହୋଇ ନ ପାରି ପଡି ରହିଛି, ତାର ସଫଳ ବିନିଯୋଗ କରାଯିବା ସହିତ ସେହି ଅର୍ଥରେ ପଂଚାୟତମାନଙ୍କରେ ଥିବା ଅତି କମରେ ଦୁଇଟି ପ୍ରାଥମିକ ବିଦ୍ୟାଳୟ ଓ ସମସ୍ତ ଅଙ୍ଗନୱାଡି କେନ୍ଦ୍ରମାନଙ୍କର ସୌନ୍ଦର୍ଯ୍ୟକରଣ କରିବା, ବିଦୁ୍ୟତ ସଂଯୋଗ ଓ ଫ୍ୟାନ ଲଗାଇବା, ପିଲାଙ୍କ ପାଇଁ ଛୋଟ ଟେବୁଲ, ଚେୟାର, ଖେଳନା ଏବଂ ଗ୍ଲାସ/ପ୍ଲେଟ୍ ଉପଲବଧ କରାଇବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଏହି କାର୍ଯ୍ୟକୁ ପ୍ରତି ଗ୍ରାମ ପଂଚାୟତର ୧୦ ଗୋଟି ଅଙ୍ଗନଓା୍ୱଡି କେନ୍ଦ୍ର ଏବଂ ୧୦ ଗୋଟି ପ୍ରାଥମିକ ବିଦ୍ୟାଳୟକୁ ସାମିଲ କରାଯିବ ବୋଲି ସେ ଖସଡା ପ୍ରସ୍ତୁତ କରାଯାଇଥିବା ପ୍ରକାଶ କରିଛନ୍ତି । ତା ଛଡା ୪ର୍ଥ ରାଜ୍ୟ ଅର୍ଥ କମିଶନ, ୧୪ଶ ଅର୍ଥ କମିଶନ/ଗ୍ରାମ ପଂଚାୟତ ପାଣ୍ଠିର ସଦୁପଯୋଗ ଉପରେ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା । ମହାତ୍ମଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସ‘ଳ ରୂପାୟନ ଦିଗରେ ଜନ ସହଭାଗିତାରର ଆବଶ୍ୟକତା ରହିଥିବା ଦର୍ଶାଇ ଏହାକୁ କିପରି ନୂତନ ମାର୍ଗଦର୍ଶିକା ପ୍ରକାରେ ସଫଳ ଭାବେ ରୂପାୟନ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ଗୋÂୀ ଉନ୍ନୟନ ଅଧିକାରୀମାନଙ୍କୁ କୁହାଯାଇଛି । ରାଜ୍ୟ ଅର୍ଥ କମିଶନ, କେନ୍ଦ୍ର ଅର୍ଥ କମିଶନ, ଗ୍ରାମ ପଂଚାୟତ ବିକାଶ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଗ୍ରାମାଂଚଳ ପାନୀୟ ଜଳ ଯୋଗାଣ, ସ୍ୱୟଂ ସହାୟକ ଗୋÂୀ, ଓଡିଶା ଜୀବିକା ମିଶନ ଅଧିନରେ ଆତ୍ମ ନିଯୁକ୍ତି ଭଳି କାର୍ଯ୍ୟକ୍ରମ ଉପରେ ଜନପ୍ରତିନିଧିମାନଙ୍କୁ ବିଶେଷ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କର୍ମଶାଳାରେ ରାଜ୍ୟ ଓ ରାଜ୍ୟ ବାହାରେ ହୋଇଥିବା ବିଭିନ୍ନ ସଫଳ ପ୍ରକଳ୍ପ ଓ କାର୍ଯ୍ୟକ୍ରମକୁ ଫଟୋଚିତ୍ର ମାଧ୍ୟମରେ ଦେଖା ଯାଇ ସରଂପଚମାନଙ୍କୁ ଉତ୍ସାହିତ କରାଯାଇଥିଲା । ଯୋଜନାଗୁଡିକର ସଫଳ ରୂପାୟନ ଆଧାରରେ ସର୍ବଶ୍ରେÂ ୩ଜଣ ସରଂପଚକୁ ଚୟନ କରି ପୁରସ୍କୃତ କରାଯିବା ଲାଗି ଯୋଜନା ରହିଥିବା ନେଇ ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକ ପ୍ରକାଶ କରିଥିଲେ । ଭଲ କାମ କରି ବାଲେଶ୍ୱର ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପରେ ସରଂପଚମାନେ ତାଙ୍କ ନିଜ ନିଜ ଗ୍ରାମ ପଂଚାୟତଗୁଡିକରେ ରହିଥିବା ସମସ୍ୟାଗୁଡିକ ଉପରେ ଆଲୋକପାତ କରି ସେଗୁଡିକର ପ୍ରଶାସନିକ ସମାଧାନ ପାଇଁ ନିବେଦନ କରିଥିଲେ । କର୍ମଶାଳାରେ ପ୍ରକଳ୍ପ ନିଦେ୍ର୍ଧଶକ ଡିଆରଡିଏ ଶ୍ରୀ ରାମଚନ୍ଦ୍ର ଜେନା, ଏପିଡି ପ୍ରଶାସନ ଶ୍ରୀ ସର୍ବେଶ୍ୱର ସିଂ, ଏପିଡି ଜୀବିକା ମିଶନ ଶ୍ରୀ ଜିତେନ୍ଦ୍ରିୟ ବିଶ୍ୱାଳ, ଏପିଡି (ଅର୍ଥ) ଶ୍ରୀ ଅଜୟ କୁମାର ସେଠୀ, ନିର୍ବାହୀ ଯନ୍ତ୍ରୀ ଗ୍ରାମାଂଚଳ ପାନୀୟ ଜଳ ଯୋଗାଣ, ଉପଖଣ୍ଡ ପଂଚାୟତ ଅଧିକାରୀ, ଶ୍ରୀ ନାରାୟଣ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଗୋÂୀ ଉନ୍ନୟନ ଅଧିକାରୀ ଓ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଯୋଗ ଦେଇଥିଲେ ।