ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ର ପରିସର ମଧ୍ୟରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଘଠନ ସୁପୁତ୍ର ତଥା କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ତରଫରୁ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡ଼ିଏମ ପ୍ରମୋଦ କୁମାର ପଣ୍ଡା, ସମ୍ମାନିତ ଅତିଥି ପାରଳା ଆଦର୍ଶ ଥାନା ଏସ ଆଇ ପଞ୍ଚାନନ ବେହେରା, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ବିଜୟ କୁମାର ମହାପାତ୍ର , ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସଡକ ଦୁର୍ଘଟଣାର କାରଣ ଓ ନିରାକରଣ ସହ ସଡ଼କରେ ଯିବା ସମୟରେ ପାଳନ କରାଯାଉ ଥିବା କେତେକ ନିୟମ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଶେଷରେ ସୁପୁତ୍ର ସଂଗଠନ ତରଫରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଂଗଠନ ଜିଲ୍ଲା ସଂଯୋଜକ ବିଷ୍ଣୁପଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ସୁପୁତ୍ର ଅନୁଷ୍ଠାନର ସଭ୍ୟ ସୀତାକାନ୍ତ ଦାଶ, ଅଜୟ ବିଶ୍ୱାଳ, ଅଭୟ କୁମାର ମାଳି ପରିଚାଳନା କରିଥିବା ସମୟରେ ବିଦ୍ୟାଳୟ ର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ