ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ-୧ରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ମୁଖ୍ୟ କରି ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ବାୟୋ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ଓ ଖାଦ୍ୟ ସୁରକ୍ଷାକୁ ନେଇ ଏହି ବୈଠକ ହୋଇଥିଲା । ଜିଲ୍ଲାରେ ତମାଖୁ ନିୟନ୍ତ୍ରଣ ପାଇଁ ବ୍ୟାପକ ସଚେତନତା କରାଯିବା ସହ ଥିବା ପ୍ରତ୍ୟେକ ବିଦ୍ୟାଳୟ ପରିସର ଠାରୁ ୨୦୦ମିଟର ପରିଧି ମଧ୍ୟରେ ତମାଖୁ ଜନିତ ସାମଗ୍ରୀ ବିକ୍ରି କରିବା ନିଷେଧ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ସେହିପରି ଜିଲ୍ଲାରେ ଭେଜାଲ ଖାଦ୍ୟ ସାମଗ୍ରୀ ଯଥା ଫାଷ୍ଟଫୁଡ୍‌, ହୋଟେଲ ଆଦିରେ ଚଢଉ କରାଯାଇ ଖାଦ୍ୟ ଯାଞ୍ଚ କରାଯିବା ସହ ସେଗୁଡିକ ପରୀକ୍ଷଣ ପାଇଁ ପଠାଯିବ । ଯଦି ଓ ଏଥିରେ ନିମ୍ନ ତଥା ଭେଜାଲ ଖାଦ୍ୟ ଜଣାଡିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାରଳାଖେମୁଣ୍ଡି ସହରରେ ଫୁଡ୍ ହବ ତଥା ଭେଣ୍ଡିଂ ଜୋନ କରିବା ପାଇଁ ସରକାରଙ୍କୁ ସ୍ଥାନ ମଗାଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିବାର ଜଣାପଡିଛି । ଅନ୍ୟପକ୍ଷରେ ବାୟୋ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଜିଲ୍ଲାର ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟ ଚିକିତ୍ସାଳୟରେ ବ୍ୟବସ୍ଥା କରାଯିବା ପାଇଁ ପଦକ୍ଷେପ ନିଆଯିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ବର୍ତ୍ତମାନ ଏହି ବର୍ଜ୍ୟବସ୍ତୁକୁ ବ୍ରହ୍ମପୁର ସହରକୁ ସ୍ଥାନାନ୍ତରିତ କରିବାକୁ ପଡୁଛି । ଯାହାକି ଅତ୍ୟନ୍ତ ଖର୍ଚ୍ଚାନ୍ତ ଓ ସମୟ ଅତିକ୍ରାନ୍ତ ହେଉଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ