ଜିଲ୍ଲାସ୍ତରୀୟ ‘ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା’

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ (ବିବିସିସି) ପକ୍ଷରୁ ଜିଲାସ୍ତରୀୟ ‘ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା’ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବିବିସିସି ସଭାପତି ଗଣେଶ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ର ସମବାୟ ବ୍ୟାଙ୍କର ସହଯୋଗ ବାଲେଶ୍ୱର ଜିଲାର କୃଷି ଓ କୃଷକର ବିକାଶ କ୍ଷେତ୍ରରେ ବେଶ ସହାୟକ ହୋଇପାରିଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ଉଦ୍ୟମରେ ସମ୍ପ୍ରତି ସମବାୟ ଆନ୍ଦୋଳନ ଶୀର୍ଷରେ ପହଞ୍ôଚବା ଯୋଗୁଁ ଓଡ଼ିଶାର କୃଷକ ଓ ଦୁର୍ବଳଶ୍ରେଣୀ ଜନସାଧାରଣ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସର୍ବାଙ୍ଗୀନ ଉନ୍ନତି ହୋଇପାରିଛି ବୋଲି ଶ୍ରୀ ଦାସ ମତ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ବିବିସିସି ବ୍ୟାଙ୍କ ଉପ-ସଭାନେତ୍ରୀ ରଞ୍ଜିତା ସିଂହ, ରାଜ୍ୟ ସମବାୟ ବିଭାଗ ଯୁଗ୍ମ ସଚିବ କୁଳମଣି ପାଢ଼ୀ, ସମବାୟ ସମିତି ସମୂହ ଉପ-ନିବନ୍ଧକ ସୀତାପତି କରୁଣାକର ମାଝୀ, ନାବାର୍ଡ଼ ଜିଲା ଉନ୍ନୟନ ଅଧିକାରୀ ତାପସ ରଂଜନ ପ୍ରଧାନ, ବିବିସିସି ବ୍ୟାଙ୍କ ନିର୍ବାହୀ ଅଧିକାରୀ ଅଶୋକ କୁମାର ଦାଶଙ୍କ ସମେତ ବ୍ୟାଙ୍କର ନିର୍ଦ୍ଦେଶିକା ନିର୍ଦ୍ଦେଶକମାନେ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ଓ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଯୋଗାଇ ଦିଆଯାଉଥିବା ଋଣ ଅର୍ଥର ସୁବିନିଯୋଗ ସାଙ୍ଗକୁ ସାମୂହିକ ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନକୁ ବିବିସିସି ବ୍ୟାଙ୍କ ସବୁବେଳେ ପ୍ରାଥମିକତା ଦେଇ ଆସିଥିବା ବେଳେ ସମସ୍ତଙ୍କ ସହଯୋଗ ରହିଲେ ସମଗ୍ର ରାଜ୍ୟରେ ଏହା ଶ୍ରେଷ୍ଠ ବ୍ୟାଙ୍କର ମାନ୍ୟତା ପାଇପାରିବ ବୋଲି ମଞ୍ଚାସୀନ ଅତିଥିମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।ଏହି ଅବସରରେ ୫ ଗୋଟି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ୨୩ ଲକ୍ଷ ଟଙ୍କାର ଋଣରାଶି ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ କବି ପ୍ରଶାନ୍ତ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଡ଼ିଜିଏମ ହିମାଂଶୁ ଶେଖର ଦାଶ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଜିଏମ ଅଭିରାମ ମହାନ୍ତି, ଶୁଭେନ୍ଦୁ କୁମାର ବିଶ୍ୱାଳ, ବ୍ରଜ କିଶୋର କର, ସଞ୍ଜନ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ