ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆଜି ସକାଳ ୧୦ ଘଟିକା ସମୟରେ କଲେକ୍ଟରେଟ ପରିସରରେ ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି I ୧୯୪୯ ଆଜିର ଦିବସରେ ଭାରତର ସମ୍ବିଧାନ ଗୃହୀତ ହୋଇଥିଲା I ଏହି ଦିବସ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ସମ୍ବିଧାନର ମୁଖବନ୍ଧକୁ ପଠନ କରାଯାଇଥିଲା | ତତ୍ସହିତ ଭାରତ ସମ୍ବିଧାନ ପ୍ରଣେତା ମାନଙ୍କର ଅଦମ୍ୟ ପ୍ରଚେଷ୍ଟାରେ ଏକ ଦସ୍ତାବିଜ ପ୍ରସ୍ତୁତି ଏବଂ ଡ୍ରାଫଟିଙ୍ଗ କମିଟିର ଅଧ୍ୟକ୍ଷ ଡ଼ ଭୀମରାଓ ଆମ୍ବେଦକରଙ୍କ ଭୂମିକା ଉପରେ ସମ୍ୟକ ବକ୍ତବ୍ୟ ରଖିଥିଲେ I ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପ୍ରତିଭା ମଞ୍ଜରୀ ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା, ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ ଏବଂ କର୍ମକର୍ତ୍ତା ଉପସ୍ଥିତ ରହି ମୁଖବନ୍ଧ ପଠନ କରିଥିଲେ I ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା I


