ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି  ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା  ଠାରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ -ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧକ୍ଷତାରେ ଭର୍ଚ୍ଚଆଲ ମୋଡ଼ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ -2022 ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ୱାରା ଆସନ୍ତା ଜାନୁୟାରୀ -26  ତାରିଖ ଦିନ ସକାଳ -5ଟା ସମୟରେ ରାମଧୁନ  ପରିବେଷଣ, ସକାଳ -8.00 ପୂର୍ଵ ରୁ ସରକାରୀ ଓ ବେସରକାରୀ  ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ   କରାଯିବ l ସକାଳ 8-30 ସମୟରେ ଜିଲ୍ଲାସ୍ତରୀୟ ପତାକା ଉତ୍ତଳୋନ ଗଜପତି ଷ୍ଟାଡିୟମ ପାରଳାଖେମୁଣ୍ଡି ବିନା ଜନସାଧାରଣଙ୍କ ଉପସ୍ଥିତ ରେ କରାଯିବ  l ତୃତୀୟ ଲହର ସଂକ୍ରମଣ ଓ କୋଭିଡ କଟକଣାକୁ  ଦୃଷ୍ଟି ରଖି କେବଳ ସୁରକ୍ଷା ବାହିନୀକୁ ପରେଡରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଇଛି l ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ତଥା   ମହାବିଦ୍ୟାଳୟ ଦ୍ୱାରା ହାଇସ୍କୁଲ ଓ କଲେଜ  ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନଲାଇନ କୁଇଜ ଓ ବକୃତା  ପ୍ରତିଯୋଗିତା ଅନୁଷ୍ଠିତ ହେବ l ସାଧାରଣତନ୍ତ୍ର ଦିବସ ଦିନରେ ଗଜପତି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଯଥା ଡାକ୍ତରଖାନା, କୁଷ୍ଟାଆଶ୍ରମ, କାରାଗାରର,ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ରହିଛି l ଗଜପତି ଷ୍ଟାଡିୟମରେ ବ୍ୟାରିକେଡିଙ୍ଗି, ଚୌକି, ଟେଣ୍ଟ , ସାନିଟାଇଜର   ବ୍ୟବସ୍ଥା, ପାନୀୟଜଳ, ପ୍ରାଥମିକ ଚିକିତ୍ସା, ଶାନ୍ତିଶୃଙ୍ଖଳା, ପରେଡ  ପାଇଁ ସଂପୃକ୍ତ  ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା l   ଗଜପତି ଜିଲ୍ଲାର ବିଭାଗୀୟ ଅଧିକାରୀ, ସାମ୍ବାଦିକ ଉପସ୍ଥିତରେ ସୀମିତ ମାତ୍ରାରେ ଅତିଥିଙ୍କୁ ନେଇ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ l ସଭାରେ  ଅନ୍ୟମାନଙ୍କ ମଧ୍ୟରେ  ଏସପି -ଶ୍ରୀ -ଜୟରାମ ଶତପଥି,   ,ଉପଜିଲ୍ଲାପାଳ ଶ୍ରୀ -ଦିଲ୍ଲୀପ କୁମାର ମହାରଣା, ସିଡିଏମଓ ଡାକ୍ତର -ପି. କେ. ପାତ୍ର,  ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଡ଼ିଡ଼ି ଉଦ୍ୟାନ ବିଭାଗ, ଇଓ ମ୍ୟନୁସିପାଲଟି, ଡ଼ିଏସଓ, ଡିଡବ୍ଲ୍ୟୁଓ,  ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ -ସ୍ୱରାଜ୍ୟ ଶିଶା, ଡିସିପିଓ ଶ୍ରୀ -ଅନୁରଣ  କୁମାର ତ୍ରିପାଠୀ,ଶ୍ରୀ -ନରସିଙ୍ଗ ଭୁଜବନ୍ଧୁ ଓ ଦିଲ୍ଲୀପ ରଥ ପ୍ରମୁଖ ଉପସ୍ଥିତ ଥଲେ l

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ