ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ମୟୁରଭଞ୍ଜ (ମୁରାରୀ ମୋହନ ମହାପାତ୍ର )ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି I ଉଦଘାଟନୀ ମ୍ୟାଚରେ ବି ସି ଏ ଦଳ ମୟୁରଭଞ୍ଜ (ଏ) କୁ ୧୪୫ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ବି ସି ଏ ଦଳ ୪୦ ଓଭରରେ ୭ ଉଇକେଟ ହରାଇ ୨୫୮ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ରୋହନ ସାହୁ ୧୨୬ ଓ ଗମ୍ଭୀର ମହାନ୍ତ ୩୧ ରନ କରିଥିଲେ I ଉତ୍ତରରେ ମୟୁରଭଞ୍ଜ (ଏ) ୧୮. ୧ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୧୩ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ଅଭିଷେକ ନାଏକ ୪୬ ରନ କରିଥିବାବେଳେ ବିପକ୍ଷ ଦଳର ଆୟୁଷ ଗିରି ୬ ଟି ଉଇକେଟ ଅକ୍ତିଆର କରିଥିଲେ I ରୋହନ ସାହୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅମିତାଭ ପଟ୍ଟନାୟକ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କ୍ରୀଡ଼ାବିତ ପରେଶ ଚନ୍ଦ୍ର ମହାନ୍ତ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କ୍ରିକେଟ ସହ ସମ୍ପାଦକ ହରପ୍ରସାଦ ପାତ୍ର ଓ ଫୁଟବଲ ସହ ସମ୍ପାଦକ ଅମର କୁମାର ସେଠି ପ୍ରମୁଖ ଉପସ୍ଥିତ ଥିଲେ I ଆସନ୍ତା କାଲି ଡି ଆର କେ ଏ ଓ ମୟୁରଭଞ୍ଜ ଗ୍ରୀନ ମଧ୍ୟରେ ଖେଳ ହେବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ