ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୮ମ ମ୍ୟାଚ ରାଇରଙ୍ଗପୁର ବିପୁଳ ରନରେ ବିଜୟୀ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୮ମ ମ୍ୟାଚରେ ରାଇରଙ୍ଗପୁର କ୍ଲବ ମୟୁରଭଞ୍ଜ (ଏ ) କୁ ୧୪୯ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ରାଇରଙ୍ଗପୁର ୩୫ ୩୫ ଓଭରରେ ୯ ଉଇକେଟ ହରାଇ ୨୦୪ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଏମ ବାଲକୃଷ୍ଣ ୭୭ ଓ ଅମନ ମହାନ୍ତି ୬୭ ରନ କରିଥିଵା ବେଳେ ବିପକ୍ଷ ଦଳର ସୁବ୍ରତ ମହାନ୍ତ ୩ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମୟୁରଭଞ୍ଜ (ଏ ) ୧୯. ୪ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୫୫ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ କୌଣସି ଖେଳାଳି ସଫଳ ହୋଇନଥିବା ବେଳେ ବିପକ୍ଷ ଦଳର ମାନସ ରଞ୍ଜନ ପଟ୍ଟନାୟକ ୩ଟି ଉଇକେଟ ଅକ୍ତିଆର କରିଥିଲେ I ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ସାଧାରଣ ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ଡି ଆର କେ (ଏ ) ଓ ରାଇରଙ୍ଗପୁର ମଧ୍ୟରେ ଖେଳ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ