ଜିଲ୍ଲାସ୍ତରୀୟ ସୁରଭୀରେ ହାଟଡିହି ବ୍ଲକ ଛାତ୍ରଛାତ୍ରୀଙ୍କ ସଫଳତା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସୁରଭୀ ପ୍ରତିଯୋଗୀତାରେ ହାଟଡିହି ବ୍ଲକର ଛାତ୍ରଛାତ୍ରୀମାନେ ବିଶେଷ ସଫଳତା ହାସଲ କରି ରାଜ୍ୟସ୍ତରୀୟ ପ୍ରତିଯୋଗୀତାକୁ ଉନ୍ନିତ ହୋଇଛନ୍ତି । ଜିଲ୍ଲାସ୍ତରରେ ଦୁଇଜଣ ଛାତ୍ର ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ୪ଜଣ ପ୍ରତିଯୋଗୀ ଦ୍ୱିତୀୟସ୍ଥାନ ଓ ୨ଜଣ ତୃତୀୟ ସ୍ଥାନ ହାସଲ କରିଛନ୍ତି । ବରିଷ୍ଠ ବିଭାଗ କୁଇଜରେ ଆର.ବି ହାଇସ୍କୁଲର ଛାତ୍ର ପ୍ରଦୋଶ ଶ୍ରୀଚନ୍ଦନ ନାୟକ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଚିତ୍ରାଙ୍କନ ବରିଷ୍ଠ ବିଭାଗ ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏହି ଦୁଇଛାତ୍ର ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗନେବାକୁ ସଫଳ ହୋଇଥିବାବେଳେ ବରିଷ୍ଠ ବିଭାଗରେ ବାଲିବରେଇ ହାଇସ୍କୁଲର ଇପିସିତା ପଢ଼ିହାରୀ, କନିଷ୍ଠ ବିଭାଗ କୁଇଜରେ ଓରାଳି ବିପିୟୁପି ସ୍କୁଲର ବିଭୁ ନାରାୟଣ ରାଉତ, ଜୁନିୟର ସଂଗୀତରେ ମୁଗୁପୁର ହାଇସ୍କୁଲର ପ୍ରୀୟଙ୍କା ପ୍ରୀୟଦର୍ଶନୀ ସାହୁ, ବରିଷ୍ଠ ବିଭାଗ ସଂଗୀତରେ ପନ୍ଦାଡୋ ହାଇସ୍କୁଲର ସ୍ମୃତିରେଖା ସାହୁ, କ୍ରିଏଟିଭ ରାଇଟିଂରେ ଶାସଙ୍ଗ ହାଇସ୍କୁଲର ଲିପସାମୟୀ ସା ପ୍ରମୁଖ ସଫଳତା ଅର୍ଜନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ