ଜିଲ୍ଲାସ୍ତରୀୟ ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ–୨୦୨୨ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡ଼ା ସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ଜିଲ୍ଲାସ୍ତରୀୟ ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ-୨୦୨୨ ତଥା “ନିଷ୍କମl ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ’ରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ତଥା ହୋମ-ଗାର୍ଡ କମାଣ୍ଡେଣ୍ଟ ଏଏସପି: ଶ୍ରୀ ବାମଦେବ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡ଼ ଦଳ’ର ପରିଦର୍ଶନ କରିବା ସହ ପ୍ୟାରେଡ଼’ରେ ଅଭିବାଦନ ଗ୍ରହଣ କରିଥିଲେ ।ପରେ ଉଦବୋଧନ ଦେଇ କହିଥିଲେ ଯେ , ବିଭିନ୍ନ ପରିସ୍ଥିତି ବେଳେ ଗୃହରକ୍ଷୀ ମାନେ ପୋଲିସ ବାହିନୀ’କୁ ସଦା-ସର୍ବଦା ସାହାଯ୍ୟ ଓ ସହଯୋଗ କରି ଆସୁଛନ୍ତି । ବନ୍ୟା , ବାତ୍ୟା ବେଳେ ଉଦ୍ଧାର ଓ ରିଲିଫ ଯୋଗାଣ , କୋଭିଡ୍ ମହାମାରୀ , ଘରପୋଡି ଓ ଦୁର୍ଘଟଣା ଭଳି ଜରୁରୀ କାଳୀନ ପରିସ୍ଥିତି ଏବଂ ଟ୍ରାଫିକ ନିୟନ୍ତ୍ରଣ , ପହରା , ଗାର୍ଡ ଡ୍ୟୁଟି ପ୍ରଭୃତି କ୍ଷେତ୍ରରେ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଗ୍ରହଣ କରି ନୀରବଛିନ୍ନ ଭାବେ ସେବା ଯୋଗାଇଥାନ୍ତି । ଏଥିସହ ସମାଜ’ର ଦୁର୍ବଳ ଶ୍ରେଣୀ’ର ଲୋକ ମାନଙ୍କୁ ସୁରକ୍ଷା ଦେବା-ସହ ସାମ୍ପ୍ରଦାୟିକ ସଦଭାବ ରକ୍ଷା କରିବା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଗୃହରକ୍ଷୀ ମାନଙ୍କ ଭୂମିକା ତଥା “ନିଷ୍କମl ସେବା”ର ଉଚ୍ଚ ପରମ୍ପରା ବଜାୟ ରଖି ଦେଶ ଓ ଲୋକ’ଙ୍କ ସେବା କରି ଉଚ୍ଚ ପ୍ରଶଂସିତ ହୋଇଥାନ୍ତି ବୋଲି କହିଥିଲେ । ଏହି ଅବସର’ରେ ମୁଖ୍ୟଅତିଥି ଶ୍ରୀ ସିଂହ ଦେଶ”ର ମହାମାନ୍ୟ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ , ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ , କେନ୍ଦ୍ର ଗୃହମନ୍ତ୍ରୀ ଓ ଗୃହ ସଚିବ , ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ପୋଲିସ ମହା ନିର୍ଦ୍ଦେଶକ’ଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ ।ଅନ୍ୟପକ୍ଷ’ରେ ନିଜ କର୍ତ୍ତବ୍ୟ ସମ୍ପାଦନା କ୍ଷେତ୍ରରେ କୃତିତ ଅର୍ଜନ କରି ଜିଲ୍ଲା’ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ୪ ଜଣ ଗୃହରକ୍ଷୀ ଶ୍ରୀ ରାଜୁ ପାଢାଲ , ଶ୍ରୀ ବିଜୟ ଚନ୍ଦ୍ର ମହାପାତ୍ର , ଜଗନ୍ନାଥ ଶତପଥି ଏବଂ ଶ୍ରୀ ଗୋପାଳ କୃଷ୍ଣ ପଟ୍ଟନାୟକ’ଙ୍କୁ “ଡିଜିପି-ଡିସ୍କ” ଏୱାର୍ଡ ଅନ୍ତର୍ଗତ ବ୍ରୋଞ୍ଜ ମେଡାଲ ପାଇବା ପାଇଁ ବିବେଚିତ ହୋଇଥିବା ଘୋଷଣା କରା ହୋଇଥିଲା ।ସମ୍ମିଳିତ ପ୍ୟାରେଡ଼ କାର୍ଯ୍ୟକ୍ରମ’କୁ ଗୃହରକ୍ଷୀ ବାହିନୀ’ର କମ୍ପାନୀ କମାଣ୍ଡର ଶ୍ରୀ ରାଜୁ ପାଢାଲ ଏବଂ ୨ୟ କମାଣ୍ଡର ଶ୍ରୀ ବଂଶୀଧର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅବସର’ରେ ଓଏସଏପି: କମାଣ୍ଡେଣ୍ଟ ଶ୍ରୀ ଜୁରିଆ ବେହେରା , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ହେଡ଼କ୍ୱାଟର ଡିଏସପି: ଶ୍ରୀ ଆର: କେ: ଦାସ , ଡିଏସପି ଏଚଆର:- ପିସିଆର: ଶ୍ରୀ କୈଳାଶ ଚନ୍ଦ୍ର ବୁରୁଦା , ଡିଏସପି:- ଡିଆଇବି: ଶ୍ରୀ ପିଏଲଏସ: ଆଚାରୀ , ପାରଳା ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକ ନନ୍ଦ ସ୍ୱାଇଁ , ଆରଆଇ: ଶ୍ରୀ ସତ୍ୟକାନ୍ତ ମନୋରଞ୍ଜନ ଜେନା , ଆରଆଇ: ଶ୍ରୀ ଡମ୍ବରୁ ଧର ହନାଗା ଏବଂ ସର୍ଜେଣ୍ଟ ଶ୍ରୀ ଲକ୍ଷ୍ମୀ ରଞ୍ଜନ ମଲ୍ଲିକ’ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।ସମସ୍ତ କାର୍ଯ୍ୟକ୍ରମ’କୁ ସ୍ୱାମୀ-ଶ୍ରୀ କନ୍ଧର୍ପ ପାତ୍ର ଓ ଶ୍ରୀ ଜେନା ପ୍ରମୁଖ ପରିଚାଳନା’ରେ ସହଯୋଗ କରିଥିଲେ ।


