ଜିଲ୍ଲାସ୍ଥରୀୟ ନୂଆ- ଓ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମାନ୍ୟବର ମନ୍ତ୍ରୀ
ରାୟଗଡା, (ବିଶ୍ୱରଜ ଛିଞ୍ଚାଣି):ରାୟଗଡ଼ା ଜିଲ୍ଲାସ୍ତରୀୟ ଆଜିଠାରୁ ଆସନ୍ତା ୨୧ ତାରିଖ ଯାଏଁ ତିନିଦିନ ଧରି ହେବାକୁ ଥିବା ନୂଆ-ଓ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ଜିସିଡି ପଡ଼ିଆରେ ଶୁଭlରମ୍ଭ ହୋଇଛି l ୩ଦିନ ଚାଲିବlକୁ ଥିବା ଏହି କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ଜଗନ୍ନାଥ ସlରକା, ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ବିକାଶ, ଆଇନ ବିଭାଗ,ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଶୁଭାରମ୍ଭ କରିଥିଲେ ଏବଂ ଜିଲାର ବିଭିନ୍ନ ବ୍ଲକରୁ ଆସିଥିବା କ୍ରୀଡ଼ବିତ ମାନଙ୍କୁ ଉତ୍ସାହିତ କରିଥିଲେ l ସେହିପରି ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷା ଅନୁସୂୟା ମାଝୀ, ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ଓବିଶି ଉପଦେଷ୍ଟା ପୃଥ୍ୱୀରାଜ ସାହୁ, ନୁଆ ଓ ଉପଦେଷ୍ଟା ପି. ଗୌରୀ ଶଙ୍କର ରାଓ,ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ନିହାର ରଞ୍ଜନ କହଁର, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଆଲେନୁର ପ୍ରମୁଖ ଯୋଗଦାନ କରିଥିଲେ l ଏହି ଉତ୍ସବରେ ଜିଲାର ୧୧ଗୋଟି ବ୍ଲକ ଓ ତିନୋଟି ସହରାଞ୍ଚଳର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି l ଏହି ଖେଳ ୬ଗୋଟି ବିଭାଗରେ ଯଥା କ୍ରିକେଟ, ଭଳିବଲ, କବାଡି, ଖୋକ, ହୋକି ଓ ଫୁଟବଲ ଖେଳ ତିନିଦିନ ଧରି ଅନୁଷ୍ଠିତ ହେବ l ରାୟଗଡା ସହରର ଜିସିଡ଼ି ଉଚ୍ଚ ବିଦ୍ୟାଳୟ ପଡିଆ ଓ ରେଲୱେ ପଡିଆରେ ଏହି ଖେଳ ଅନୁଷ୍ଠିତ ହେଉଛି l ଆସନ୍ତା କାଲି କ୍ଵାଟର ଫାଇନାଲ ଓ ସେମିଫାଇନlଲ ଖେଳ ହେବାକୁ ଥିବା ବେଳେ ଆସନ୍ତା ୨୧ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବା l ଜିଲ୍ଲାର ୧୫ଶହ କ୍ରୀଡ଼ାବିତ ସାମିଲ ହୋଥିଲେ l ଜିଲ୍ଲା ପରିଷଦ କାର୍ଯ୍ୟlଳୟର ସମସ୍ତ କର୍ମଚାରୀ ବିଶେଷ କରି ଓରମାସ ଡେପୁଟି ସିଓ ମନୋଜ ପତ୍ର, ରଶ୍ମିରଂଜନ ପରିଡ଼ା,ପ୍ରଭାତ ଲେଙ୍କା, ଅଜାତ ଶତ୍ରୁ ରାଉତ, ବିଜେତା ପାଢ଼ୀ, l ସେହିପରି ରାୟଗଡ ବିଡ଼ିଓ ଅମୁଲ୍ୟ ସାହୁ, ଅତିରକ୍ତ ବିଡିଓ କାଳୁଚରଣ ନାୟକ, l ଜିସିଡ଼ି ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସୁନୀଲ କୁମାର ମହନ୍ତ ଓ ଆନ୍ୟ ବିଦ୍ୟାଳୟ ଖେଳ ଶିକ୍ଷକ ମନେ ଖେଳ ପରିଚାଳନା କରିଥିଲେ l


