ଜିଲ୍ଲାସ୍ଥରୀୟ ସୁନାମୀ ଡ୍ରିଲ ସମ୍ଭଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା) : ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହ ଠାରେ ସୁନାମୀ ଡ୍ରିଲ ସମ୍ଭଧୀୟ ଜିଲ୍ଲାସ୍ଥରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧକ୍ଷତାରେ ସମ୍ପୂର୍ଣ ହୋଇ ଯାଇଛି । ଆସନ୍ତା ୫.୧୧.୨୦୨୩ ରିଖ ଦିନ ହେବାକୁ ଥିବା ବିଶ୍ଵ ସୁନାମୀ ଦିବସ ଅବସରରେ ଜିଲ୍ଲାର ତିନୋଟି ବ୍ଲକର ୫ଟି ଗ୍ରାମରେ ସୁନାମୀ ମକ ଡ୍ରିଲ ଅନୁଷ୍ଟିତ ହେବ । ଏହି ମକ ଡ୍ରିଲ ପ୍ରକ୍ରିୟା ଏହାର ପର୍ଯ୍ୟାୟ ଓ କାର୍ଜ୍ୟନୟନ ବିଷୟରେ ତହସିଲଦାର, ବିଡିଓ ତଥା ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ମାନଙ୍କୁ ଆଜି ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ୍ରାଫ୍, ଅଗ୍ନିସମ ବାହିନୀ, ଅତିରକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଏହାକୁ ବିଶଦ ଭାବରେ ବ୍ୟାଖ୍ୟା କରିଥିଲେ । ଆସନ୍ତାକାଲି ତିନୋଟି ବ୍ଲକରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଯାଇଅଛି I ପରିଶେଷରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସମସ୍ତଙ୍କୁ ସେମାନଙ୍କର ଉପସ୍ଥିତି ଓ ମୂଲ୍ୟବାନ ଉପଦେଶ ପାଇଁ ଧନ୍ୟବାଦ ଅର୍ପଣକରି ସଭା କାର୍ଯ୍ୟ ଶେଷ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ