ଜିଲ୍ଲା ଅଣ ପର୍ଯ୍ୟବେକ୍ଷକଙ୍କୁ ତାଲିମ୍
ଅନୁଗୋଳ,- ଅନୁଗୋଳ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ପାଇଁ ୭୪ଜଣ ଅଣ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି ଓ ସେମାନଙ୍କୁ ନେଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ତାଲିମ୍ କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଅନୁଗୋଳ ଜିଲ୍ଲାର ପାଂଚୋଟି ବିଧାନସଭା ନିର୍ବାଚନ ମଣ୍ଡଳିର ୧୧୬୩ଟି ଭୋଟ ଗ୍ରହଣ କେନ୍ଦ୍ରରୁ ୧୧୮ଟି କେନ୍ଦ୍ରକୁ ସମ୍ବେଦନଶୀଳ ଭୋଟ୍ ଗ୍ରହଣ କେନ୍ଦ୍ର ରୁପେ ଚିହ୍ନଟ କରାଯାଇଛି । ସେମାନଙ୍କୁ ଉକ୍ତ ସମ୍ବେଦନଶୀଳ ଓ ଷ୍ପର୍ଶକାତର କାର୍ଯ୍ୟକୁ ଦକ୍ଷତାର ସହ ନିର୍ବାହ କରିବାକୁ ଓ ଭୋଟ ଗ୍ରହଣ ସମୟରେ କୈାଣସି ପ୍ରକାରର ଅପ୍ରିତିକର ପରିସ୍ଥିତ ସୃଷ୍ଟିବେଳେ ତୁରନ୍ତ ରିଟର୍ଣ୍ଣି ଅଫିସର୍ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି । ଏହି କାର୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଅତୁଲ୍ୟ କୁମାର ଚମ୍ପତିରାୟ ଯୋଗ ଦେଇଥିଲେ । ଭୋଟ ଗ୍ରହଣ ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହା ପୂର୍ବରୁ ମକ୍ପୋଲ୍ କରିବା ସହ ଭୋଟ୍ଗ୍ରହଣ ପରେ ଇଭିଏମ୍କୁ ସଠିକ୍ ଭାବେ ସିଲ୍ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହାଛଡ଼ା ପର୍ଯ୍ୟବେକ୍ଷକଙ୍କ ପରିଦର୍ଶନ ସମୟରେ ସେମାନଙ୍କୁ ଭୋଟ୍ ଗ୍ରହଣ କେନ୍ଦ୍ରର ପାରିପାଶ୍ୱର୍ିକ ସ୍ଥିତି ସମ୍ପର୍କରେ ଅବଗତ କରିବା ସହ ଆବଶ୍ୟକ ସୁଚନା ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ତାଲିମ୍ କାର୍ଯ୍ୟକ୍ରମକୁ ଦୁଇଟି ପର୍ଯ୍ୟାୟରେ କରାଯାଇ ପ୍ରଥମ ପର୍ଯ୍ୟାୟରେ ୪୦ଜଣକୁ ତାଲିମ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଶିଷ୍ଟାଣ୍ଡ୍ କଲେକ୍ଟର୍ ଲମ୍ବୋଦର ମାରାଣ୍ଡି ଯୋଗଦେଇଥିଲେ ।ନିର୍ବାଚନ କାର୍ଯ୍ୟରେ ଅନିୟମିତତା ସମ୍ପର୍କରେ ଅଭିଯୋଗ ଗ୍ରହଣ ନିମନ୍ତେ ଡ଼ିଆର୍ଡ଼ିଏ ଠାରେ ୨୪ ଘଂଟିଆ କଂଟ୍ରୋଲ୍ ରୁମ୍ କାର୍ଯ୍ୟ କରିବା ସହ ନଂ ୦୬୭୬୪-୨୩୦୧୪୪ରେ ଯୋଗାଯୋଗ କରାଯାଇପାରିବ । ସେହିପରି ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ମିଡ଼ିଆ ସାର୍ଟିଫିକେସନ୍ ଓ ମନିଟରିଂ କାର୍ଯ୍ୟକ୍ରମ ହେଉଛି । ଯାହାର ନଂ ୦୬୭୬୪-୨୩୦୪୬୨ ରହିଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ କୁମାର ମହାନ୍ତିଙ୍କପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ବାଚନ ପରିଚାଳନାର ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୁପେ ପରିଚାଳନା ହେଉଛି ।