ଜିଲ୍ଲା ଅବକାରୀ ବିଭାଗର ଚଢାଉ ୫୦ଲିଟର ଚୋରାଦେଶୀମଦ ଜବତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଟାଉନ ଥାନା ଅଚଂଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫୦ଲିଟର ଚୋରା ଦେଶୀମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦେଶକ୍ରମେ ଅବକାରୀ ସବଇନିସପେକ୍ଟର ସରୋଜ କୁମାର ବାଗ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ମଢିଆଳ, ମାଧପୁର ଓ ବଳଗଣ୍ଡି ଗ୍ରାମରେ ଚଢାଉ କରି ସୁବାଷ ମଣ୍ଡଳ, ଅଜୟ ପଣ୍ଡା ଓ କଳ୍ପନା ସାହୁଙ୍କ ଠାରୁ ଯଥାକ୍ରମେ ୧୦ଲିଟର, ୨୦ଲିଟର ଓ ୨୦ଲିଟର ଚୋରା ଦେଶୀମଦ ଜବତ କରାଯିବା ସହିତ ୩ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଅବକାରୀ ସବଇନିସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି ।


