ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଚୋରାମଦ ଜବତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଚୋରା ମଦ ଜବତ ହୋଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୯ଲିଟର ୪୮୦ମିଲିଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଛି । ଶୁକ୍ରବାର ସକାଳ ୭ଟା ଠାରୁ ୧୨ଟା ପର୍ଯ୍ୟନ୍ତ ଏହି ଚଢାଉ କରାଯାଇଥିଲା । ଚାନ୍ଦୋଳର କାକତିଆ ଠାରେ ଚଢାଉ କରାଯାଇ ଧିରେନ ମଲ୍ଲିକଙ୍କ ଠାରୁ ୧୦ଲିଟର ବିଦେଶୀ ଚୋରାମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା । ଗୁଲନଗର ଗ୍ରାମର ଜଳଧର ସେଠୀଙ୍କ ଠାରୁ ୪ଲିଟର ୬୮୦ମିଲିଲିଟର ବିଦେଶୀ ଚୋରା ମଦ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି । ସେହିପରି ନରିଲୋ ଗ୍ରାମର ଗୋକୁଳାନନ୍ଦ ଜେନାଙ୍କ ଠାରୁ ୪ଲିଟର ୮୬୦ମିଲି ଲିଟର ଚୋରା ବିଦେଶୀ ମଦ ଜବତ କରାଯିବା ସହ ତାଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା । ଏହି ଚଢାଉରେ ଅବକାରୀ ବିଭାଗର ସବଇନିସପେକ୍ଟର ସରୋଜ କୁମାର ବାଗ, କନେଷ୍ଟବଳ ସୁନିଲ କୁମାର ମିଶ୍ର, ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଗିରଫ ଚୋରାମଦ ବେପାରୀ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ