ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୩୮ଲିଟର ଚୋରା ଦେଶୀ ଓ ବିଦେଶୀମଦ ଜବତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ଅବକାରୀ ବିଭାଗ ଓ ଜମ୍ବୁ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ଚଢାଉ କରାଯାଇ ଜିଲ୍ଲାର ବତୀଘର ଗ୍ରାମରୁ ୩୮ଲିଟର ୩୫୦ ମିଲି ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ ହୋଇଥିବା ସୂଚନା ମିଳିଛି । ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକଙ୍କ ନିର୍ଦେଶରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମହାକାଳପଡା ବ୍ଲକ ଅନ୍ତର୍ଗତ ବତୀଘର ଗ୍ରାମରେ ଚଢାଉ କରାଯାଇ ଚୋରାମଦ ବେପାରୀ ହରି ପଦରଙ୍କ ଠାରୁ ୫୫୦ମିଲି ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇ ତାଙ୍କୁ ଗିରଫ କରାଯିବା ସହ ସେହିଗ୍ରାମର ଲାଲୁ ବେରାଙ୍କ ଠାରୁ ୨୦ଲିଟର ଚୋରା ଦେଶୀରନ୍ଧା ମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା । ସେହିପରି ବତୀଘର ଗ୍ରାମର ମୃଣାଳମୟୀ ଗିରିଙ୍କ ଠାରୁ ୧୭ଲିଟର ୮୦୦ମିଲିଲିଟର ଚୋରା ବିଦେଶୀ ଓ ଆସ୍କାଫର୍ଟି ମଦ ଜବତ କରାଯାଇ ତାଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରିଥିଲା । ଏହି ଚଢାଉରେ ଅବକାରୀ ବିଭାଗର ସବଇନିସପେକ୍ଟର ସରୋଜ କୁମାର ବାଗ, କନେଷ୍ଟବଳ ସୁନିଲ କୁମାର ମିଶ୍ର, ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଗିରଫ ଚୋରାମଦ ବେପାରୀ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ