ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୧୧ ଲିଟର ଚୋରା ମଦ ଜବତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ଅବକାରୀ ବିାଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୧ ଲିଟର, ୮୦ ମିଲି. ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ବାସନ୍ତୀ ପ୍ରଭା ନାୟକଙ୍କ ନିର୍ଦେଶ କ୍ରମେ ଅବକାରୀ ସବ୍- ଇନିସପେକ୍ଟର ସରୋଜ କୁମାର ବାଗ୍ଙ୍କ ନେତୃତ୍ୱରେ ଚଢାଉ କରାଯାଇ ଗୁରୁବାର ସଦର ଥାନା ଅନ୍ତର୍ଗତ ହରିଅଙ୍କ ଗ୍ରାମର ଖଗେଶ୍ୱର ମଳିକଙ୍କ ପୁଅ , ଦୋଳ ଗୋବିନ୍ଦ ମଳିକ (୩୨),ଙ୍କ ଠାରୁ ୨ ଲିଟର ୨୦୦ ମିଲି. ଲିଟର ଆସ୍କା ଫଟି, ୩ ଲିଟର ୧୫୦ ମିଲି ଲିଟର ବିଅର୍ ଓ ୭୨୦ ମିଲି ଲିଟର ହ୍ୟୁସକି ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି । ସେହିପରି ପାଟକୁରା ତାନା ଅନ୍ତର୍ଗତ କାବିଲପୁର ଗ୍ରାମର ପ୍ରଭାକର ନାୟକଙ୍କ ପୁଅ କିଶୋର ନାୟକ (୨୭) ଙ୍କ ଠାରୁ ୧ ଲିଟର ୯୫୦ ମିଲି ଲିଟର ବିଅର୍ , ୨ ଲିଟର ୧୬୦ ମିଲି ଲିଟର ରମ୍ ଓ ୯୦୦ ମିଲି ଲିଟର ହ୍ୟୁସକି ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଏହି ଚଢାଉରେ ଅବକାରୀ ବିଭାଗର କନେଷ୍ଟବଳ , ସୁନିଲ କୁମାର ମିଶ୍ର , ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉଭୟ ଚୋରା ମଦ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା । ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।