ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୧୪ ଲିଟର ଚୋର ମଦ ଜବତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ଅବକାରୀ ବିାଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୪ ଲିଟର ୯୦୦ ମିଲି ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକଙ୍କ ନିର୍ଦେଶ କ୍ରମେ ଅବକାରୀ ସବ୍ଇନିସପେକ୍ଟର ସରୋଜ କୁମାର ବାଗ୍ଙ୍କ ନେତୃତ୍ୱରେ ଚଢାଉ କରାଯାଇ ମଙ୍ଗଳବାର ଅମ୍ବୁରା ଗ୍ରାମର ରମେଶ ସେନାପତିଙ୍କ ଠାରୁ ୪ ଲିଟର ୮୬୦ ମିଲି. ଲିଟର ଚୋରା ବିଦେଶୀମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିବା ବେଳେ ଭଣଗାଁ ଗ୍ରାମର କିର୍ତ୍ତିସାଗର ଜେନାଙ୍କ ଠାରୁ ୫ ଲିଟର ୪୦ ମିଲି ଲିଟର ଚୋରା ବିଦେଶୀମଦ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି । ସେହିପରି ଚାନ୍ଦୋଳ ଗ୍ରାମର ଶୁବାଶିଷ ମହାନ୍ତିଙ୍କ ଠାରୁ ୫ ଲିଟର ଚୋରା ଆସ୍କାଫର୍ଟି ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଏହି ଚଢାଉରେ ଅବକାରୀ ବିଭାଗର କନେଷ୍ଟବଳ ସୁନିଲ କୁମାର ମିଶ୍ର , ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତ ୩ଜଣ ଚୋରା ମଦ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।