ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୮ ଲିଟର ଚୋର ମଦ ଜବତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୮ ଲିଟର ୬୪୦ ମିଲି ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକଙ୍କ ନିର୍ଦେଶ କ୍ରମେ ଅବକାରୀ ସବ୍ଇନିସପେକ୍ଟର ସରୋଜ କୁମାର ବାଗ୍ଙ୍କ ନେତୃତ୍ୱରେ ଚଢାଉ କରାଯାଇ ବୁଧବାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତେଲଙ୍ଗାବସନ୍ତ ଗ୍ରାମର ଶୁକାନ୍ତ ମଲ୍ଲିକଙ୍କ ପୁଅ ଧୀବର ମଲ୍ଲିକଙ୍କ ଠାରୁ ଟାଉନଥାନା ଅନ୍ତର୍ଗତ ଟାଉନବଳରାମପୁର ଗ୍ରାମରୁ ୮ଲିଟର ୬୪୦ ମିଲି. ଲିଟର ଚୋରା ବିଦେଶୀମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ଏଥିସହିତ ଧୀବରଙ୍କ ଠାରୁ (ଓଡି -୨୯ – ଡି – ୧୩୮୭)ନମ୍ବର ବିଶିଷ୍ଟ ହିରୋ ଏଚ.ଏଫ ଡିଲକ୍ସ ବାଇକ ମଧ୍ୟ ଜବତ କରାଯାଇଛି । ଏହି ଚଢାଉରେ ଅବକାରୀ ବିଭାଗର କନେଷ୍ଟବଳ ସୁନିଲ କୁମାର ମିଶ୍ର , ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।