ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ;ଦୁଇ ଗିରଫ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଅବକାରୀ ଉପଅଧିକ୍ଷକ ଅଭିରାମ ବେହାରଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଡାଳଖାଇ ମନ୍ଦିର ନିକଟରେ ଚଢ଼ାଉ କରାଯାଇ ଦେଶୀ ମଦ ଓ ଏକ ବାଇକ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଡ଼ିଏସପି ଶ୍ରୀ ବେହେରା ଙ୍କ ନେତୃତ୍ୱରେ ଗଞ୍ଜାମ ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଅବକାରୀ ଆଇଆଇସି ପ୍ରୀତିଧାରା ନାୟକ ଓ କର୍ମଚାରୀ ବୃନ୍ଦ ଏବଂ ଛତ୍ରପୁର ଅବକାରୀ ଥାନା ଓଆଇସି ଦୁର୍ଯ୍ୟୋଧନ ଦିଗାଲ ଓ କର୍ମଚାରୀ ବୃନ୍ଦ ଚଢ଼ାଉରେ ଭାଗନେଇ ୩୫ ଲିଟର ଦେଶୀ ମଦ ଓ ଏକ ବାଇକ ଜବତ କରି ଦୁଇଜଣଙ୍କୁ ଗିରଫ କରିବା ସହ ଦୁଇଟି ମାମଲା ରୁଜୁ ହୋଇଥିବା ଜିଲ୍ଲା ଅବକାରୀ ବିଭାଗ ସୂତ୍ରରୁ ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ