ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୫୧ଲିଟର ଚୋରା ବିଦେଶୀ ମଦ ଜବତ;ଚାନ୍ଦୋଳର ପୂର୍ବତନ ସରପଂଚ ଗିରଫ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୫୧ଲିଟର ୫ଶହ ମିଲିଲିଟର ଚୋରା ବିଦେଶୀ ମଦ ଜବତ ହେବା ସହିତ ଚୋରା ମଦ ବେପାରୀ ଚାନ୍ଦୋଳ ପଂଚାୟତର ପୂର୍ବତନ ସରପଂଚ ଗିରଫ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶ କ୍ରମେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକଙ୍କ ନେତୃତ୍ୱରେ ଶୁକ୍ରବାର ସକାଳେ ଚାନ୍ଦୋଳ ଗ୍ରାମରେ ଚଢାଉ କରାଯାଇ ଚୋରା ମଦ ବେପାରୀ ତଥା ପୂର୍ବତନ ସରପଂଚ ସ୍ୱର୍ଗତ ଦୋଳଗୋବିନ୍ଦ ଦାସଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଦାସ (୫୧)ଙ୍କୁ ଗିରଫ କରାଯିବା ସହ ତାଙ୍କ ଠାରୁ ଷ୍ଟିଅରିଂ ରିଜର୍ଭ ୧୮୦ଏମଏଲର ୪୩ଟି, ମାକଡୁଏଲ ନମ୍ବର-୧-୧୮୦ଏମଏଲ ୨୩ଟି, ରୟାଲ ଷ୍ଟାଗ ୧୮୦ଏମଏଲ ୩୦ଟି, ଗ୍ଲାରିଅସ ରମ ୧୮୦ଏମଏଲ, ୫୦ଟି , ଓଲଡମଗ ରମ ୧୮୦ଏମଏଲ ୨୫ଟି ଓ ବୀଅର ୫ଶହ ଏମଏଲ ୪୦ଟି ଏଭଳି ମୋଟ ୫୧ଲିଟର ୫ଶହ ମିଲିଲିଟର ଜବତ କରିଛି ଅବକାରୀ ବିଭାଗ । ଗିରଫ ଚୋରା ମଦ ବେପାରୀ ପୂର୍ଣ୍ଣଚନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ଅବକାରୀ ସବଇନିସପେକ୍ଟର ସରୋଜ କୁମାର ବାଗ, ସୈାମ୍ୟରଞ୍ଜନ ସିଂ ଭୋଇ, ଜଗଦିଶ ଚନ୍ଦ୍ର ସାମଲ, କନେଷ୍ଟବଳ କିଶୋର ଚନ୍ଦ୍ର ରାଉତ, ଦିଲ୍ଲିପ ତ୍ରିପାଠୀ, ସଞ୍ଜୀବ ସୁକ୍ରା, ରାଜେନ୍ଦ୍ର ମହାକୁଡ, ସମତା ଦାସ, କିଷାନ ସାହୁ, ରଞ୍ଜନ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।