ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୫ଲିଟର ଚୋରାମଦ ଜବତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୫ ଲିଟର ଚୋରା ଦେଶି ଓ ବିଦେଶୀମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନେତୃତ୍ୱରେ ଅବକାରୀ ସବ୍‌ଇନିସପେକ୍ଟର ସରୋଜ କୁମାର ବାଗ୍‌ଙ୍କ ଦ୍ୱାରା ଚଢାଉ କରାଯାଇ ମହାକାଳପଡା ଥାନା ଅନ୍ତର୍ଗତ ବାଙ୍କୀଛନ୍ଦା ଗ୍ରାମର କବିନା ବେହେରାଙ୍କ ଠାରୁ ୧୦ଲିଟର ଚୋରା ଦେଶିମଦ ଜବତ କରାଯିବା ସହ ବିଜୟନଗର ଗ୍ରାମର ପ୍ରତିଭା ଦାସଙ୍କ ଠାରୁ ୫ଲିଟର ଚୋରା ବିଦେଶୀମଦ ଅବକାରୀ ବିଭାଗ ଜବତ କରି ଉଭୟ ଚୋରାମଦ ବେପାରୀଙ୍କୁ ଗିରଫ କରିଥିବା ଅବକାରୀ ବିଭାଗ ସବଇନସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି । ଏହି ଚଢାଉରେ ଅବକାରୀ ବିଭାଗ ଇନିସପେକ୍ଟର କାଳନ୍ଦି ଚରଣ ବେହେରା, ଏ.ଏସ.ଆଇ ନୁରୁଲ ରହିମ, କନେଷ୍ଟବଳ ଟୁକୁନା ପ୍ରଧାନ, ଜଗନ୍ନାଥ ବେସ୍ରା, ପ୍ରଶାନ୍ତ ଘଡାଇ, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ନିରୂପମା ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ