ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ ; ୧୫୦ଲିଟର ଚୋରା ଦେଶିରନ୍ଧାମଦ ଜବତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୫୦ ଲିଟର ଚୋରା ଦେଶିରନ୍ଧା ମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କ ନିର୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନେତୃତ୍ୱରେ ଅବକାରୀ ସବ୍‌ଇନିସପେକ୍ଟର ସରୋଜ କୁମାର ବାଗ୍‌ଙ୍କ ଦ୍ୱାରା ଚଢାଉ କରାଯାଇ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବଡବାରଙ୍ଗ ଗ୍ରାମର ନାରାୟଣ ଜେନାଙ୍କ ଠାରୁ ୧୫୦ଲିଟର ଚୋରା ଦେଶି ରନ୍ଧାମଦ ଅବକାରୀ ବିଭାଗ ଜବତ କରି ଚୋରାମଦ ବେପାରୀଙ୍କୁ ଗିରଫ କରିଥିବା ଅବକାରୀ ବିଭାଗ ସବଇନସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି । ଏହି ଚଢାଉରେ ଅବକାରୀ ବିଭାଗ ଇନିସପେକ୍ଟର କାଳନ୍ଦି ଚରଣ ବେହେରା, ଏ.ଏସ.ଆଇ ନୁରୁଲ ରହିମ, କନେଷ୍ଟବଳ ଧର୍ମେନ୍ଦ୍ର ପ୍ରଧାନ, ଜଗନ୍ନାଥ ବେସ୍ରା, ମହିଳା କନେଷ୍ଟବଳ ରେଣୁକା ମଳିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଚୋରାମଦ ବେପାରୀ ନାରାୟଣଙ୍କ ପତ୍ନୀ ଜବତ ଚୋରା ଦେଶିରନ୍ଧା ମଦକୁ ବାଲିବସ୍ତା ବୋଲି କହିଥିବା ଓ ଏହି ଚୋରା ମଦ ଆଠଗଡରୁ ପାର୍ଟି ଆସି କେନ୍ଦ୍ରାପଡାରେ ଦେଇଯାଉଥିବା ସମ୍ପର୍କରେ ଅବକାରୀ ବିଭାଗ ସବଇନସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ