ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ : ଏକଶହ ବୋତଲ ନକଲି ବିଦେଶୀ ମଦ ଜବତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇ ଏକଶହ ବୋତଲ ନକଲି ବିଦେଶୀ ମଦ ଜବତ କରାଯିବା ସହ ଚୋରା ମଦ ବେପାରୀକୁ ଗିରଫ କରାଯାଇଥିବା ଜଣାପଡିଛି । ଏକ ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ସୁବନ ନାୟକଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଅବକାରୀ ଇନସପେକ୍ଟର କାଳନ୍ଦି ଚରଣ ବେହେରା ଶୁକ୍ରବାର ନିକିରାଇ ଥାନା ଅନ୍ତର୍ଗତ ବାରୋ ଗ୍ରାମର ନିରଞ୍ଜନ ଦାସଙ୍କ ପୁଅ ଶ୍ରୀଧର ଦାସ(୩୮)ଙ୍କ ଘର ଉପରେ ଚଢାଇ କରିଥିଲେ । ଶ୍ରୀଧରଙ୍କ ପାଖରୁ ଏକଶହ ବୋତଲ ନକଲି ବିଦେଶୀ ମଦ ସମେତ ଏକ ପ୍ଲାଷ୍ଟିକ ଜାରରେ ଥିବା ୫ଲିଟର ନକଲି ବିଦେଶୀ ମଦ, ଏକଶହ ୨୦ଟି ଠିପି ଓ ୪୩ଟି ଖାଲି ବୋତଲ ଅବକାରୀ ବିଭାଗ ଜବତ କରିବା ସହ ଅଭିଯୁକ୍ତ ଚୋରାମଦ ବେପାରୀ ଶ୍ରୀଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏହି ଚଢାଉରେ ପଟ୍ଟାମୁଣ୍ଡାଇ ଅବକାରୀ ଇନସପେକ୍ଟର କମଳ ଲୋଚନ ପାଇକରାୟ, ଏ.ଏସ.ଆଇ. ନିରୂପମା ସାହୁ, କନେଷ୍ଟବଳ ଜଗନ୍ନାଥ ବେସ୍ରା ଓ ଦେବକାନ୍ତ ଆଚାର୍ଯ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ