ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ଅଧିବେଶନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ଅଧିବେଶନ ସଂଗଠନର ପ୍ରାଣ ପ୍ରତିଷ୍ଠାତା ବରିଷ୍ଠ ଉପଦେଷ୍ଟା ମନ୍ମଥ କୁମାର ରାୟଙ୍କ ସଭାପତିତ୍ୱରେ ଗରାପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଟା ଶ୍ରୀ ରାୟ ସଂଗଠନର ସଭ୍ୟମାନଙ୍କୁ ନବ ବର୍ଷର ଅଭିନନ୍ଦନ ଜ୍ଞାପନ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରଥମେ ଦିବଗଂତ ସଭ୍ୟମାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକ ହେମନ୍ତ କୁମାର ଜେନା ବାର୍ଷିକ ବିବରଣୀ ପାଠ କରିବା ସହ ଆଗାମୀ ଦିନରେ ହେବାକୁ ଥିବା ମହାବନ୍ଧୁମିଳନ ସମ୍ପର୍କରେ ଆଲୋକପାତ କରି ସେଥିରେ ସମସ୍ତ ସଦସ୍ୟମାନଙ୍କ ଉପସ୍ଥିତି କାମନା କରିଥିଲେ । ଏହି ଅବସରରେ ଆଗାମୀ ବର୍ଷ ପାଇଁ ସଂଗଠନର ନୂତନ କର୍ମକର୍ତ୍ତାମାନଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ସଂଗଠନର ସଭାପତି ଭାବେ ପୂର୍ଣ୍ଣାନନ୍ଦ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ବାନାମ୍ବର ସାହୁ, ସମ୍ପାଦକ ନରୋତ୍ତମ ଜେନା, ସଂଗଠନ ସମ୍ପାଦକ ଇଶ୍ୱର ଚନ୍ଦ୍ର ମନ୍ତ୍ରୀ, ଯୁଗ୍ମସମ୍ପାଦକ ଅନାମଚରଣ ସାହୁ, ଅର୍ଥସମ୍ପାଦକ ଦାଶରଥି ନାୟକ, ମିଡିଆ ଓ ପତ୍ରିକା ସଂଯୋଜକ କାଶୀନାଥ ରାଉତରାୟ ପ୍ରମୁଖଙ୍କୁ ନିର୍ବାଚିତ କରାଯାଇଥିଲା । ସଂଗଠନର ପ୍ରସାରିତ କାର୍ଯ୍ୟକ୍ରମ ଓ ଅବସର ପରେ ବନ୍ଧୁମିଳନର ଯଥେଷ୍ଟ ଆବଶ୍ୟକତାକୁ ଗୁରୁତ୍ୱ ପ୍ରଦାନ କରି ଏଥିରେ ସଦସ୍ୟମାନଙ୍କୁ ସଂଶ୍ଳିଷ୍ଟ କରିବା ଉଦେଶ୍ୟରେ ବରିଷ୍ଠ ସଭ୍ୟମାନଙ୍କୁ ନେଇ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଥିଲା । ଏହି ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ଦିଗଦର୍ଶକ ମନ୍ମଥ କୁମାର ରାୟ, ପ୍ରଫୁଲ୍ଲ କୁମାର ଜେନା, ହେମନ୍ତ କୁମାର ଜେନା, ଶରତ କୁମାର ମହାନ୍ତି, କାମପାଳ ଜେନା, ନରେନ୍ଦ୍ର କୁମାର ନାୟକ, ଗୋପିନାଥ ଦାଶ, ନିରଞ୍ଜନ ପୋଥାଳ, ନରହରି ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ନିରଞ୍ଜନ ନାୟକ ପ୍ରମୁଖଙ୍କୁ ନିର୍ବାଚିତ କରାଯାଇଥିଲା । ନବ ନିର୍ବାଚିତ ସମସ୍ତ କର୍ମକର୍ତ୍ତା ଓ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ବ୍ୟକ୍ତିତ୍ୱମାନେ ସଂଗଠନର ମୁଖପତ୍ର “ସାୟଂପ୍ରଭା”ପ୍ରକାଶନ ଉପରେ ଗୁରୁତ୍ୱ ଆରୋପ କରି ବକ୍ତବ୍ୟ ରଖିଥିଲେ । ସମସ୍ତ ସଦସ୍ୟ ନିଜ ନିଜର ଲେଖା ଗୁଡିକ ଆଗାମୀ ଫେବୃୟାରୀମାସ ୨୮ତାରିଖ ସୁଦ୍ଧା ଡିଟିପି କରି ମୁଖୟ ଉପଦେଷ୍ଟା, ସମ୍ପାଦକ ବା ସଂଯୋଜକଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରାଗଲା । ଏହି ବୈଠକରେ ମାଧ୍ୟମିକ ଶିକ୍ଷକ ସଙ୍ଘର ପ୍ରାକ୍ତନ ସମ୍ପାଦକ ତ୍ରୈଲୋକ୍ୟ ଚରଣ ସ୍ୱାଇଁ ଯୋଗଦେଇ ସଂଗଠନର ଆବଶ୍ୟକତା ଓ ଉପେଯାଗୀତା ସମ୍ପର୍କରେ ବକ୍ତବ୍ୟ ରଖି ପରାମର୍ଶ ଦେଇଥିଲେ । ଶ୍ରୀ ରାୟ ତାଙ୍କର ଦୀର୍ଘ ଅନୁଭୂତି କୁ ନେଇ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ଶେଷରେ ସୋମନାଥ ପଢିହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ