ଜିଲ୍ଲା ଅଭିଭାବକ ସଂଘର ସଭାପତି ଭାବେ ନିଯୁକ୍ତ ହେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଓଡିଶା ଅଭିଭାବକ ମହାସଂଘ ଗଜପତି ଜିଲ୍ଲା ଶାଖାର ସଭାପତି ଭାବେ ଅରୁଣୀମା ସାହୁ ନିଯୁକ୍ତ ହୋଇଥିବାର ଜଣାପଡିଛି । ସୁଶ୍ରୀ ସାହୁ ଜିଲ୍ଲାର ସମସ୍ତ ଅଭିଭାବକମାନଙ୍କ ଅଭିଯୋଗ ଗୁଡିକର ସମାଧାନ କରିବା, ଅଭିଭାବକ ମାନଙ୍କୁ ଶସକ୍ତିକରଣ କରିବା ଆଦି ଦିଗରେ କାର୍ଯ୍ୟ କରିବେ । ଏନେଇ ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ନିଯୁକ୍ତି ପତ୍ର ଅରୁଣୀମା ସାହୁଙ୍କ ନିକଟକୁ ପ୍ରେରଣ କରିଛନ୍ତି । ନିଯୁକ୍ତ ହେବାପରେ ସୁଶ୍ରୀ ସାହୁ ଜଣାଇଛନ୍ତି ଯେ, ଏପରି ଏକ ଗୁରୁଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବା ପାଇଁ ଶତପ୍ରତିଶତ ଚେଷ୍ଟା କରିବି ଏବଂ ସମଗ୍ର ଜିଲ୍ଲାର ଅଭିଭାବକ ମାନଙ୍କ ସହଯୋଗ କାମନା କରୁଛି ବୋଲି ଜଣାଇଛନ୍ତି । ନବନିଯୁକ୍ତ ହୋଇଥିବା ଜିଲ୍ଲା ଅଭିଭାବକ ସଂଘର ସଭାପତି ଅରୁଣୀମା ସାହୁଙ୍କୁ ଜିଲ୍ଲାର ବିଭିନ୍ନ ମହଲ ତରଫରୁ ଅଭିନନ୍ଦନର ଶୁଅ ଛୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ