ଜିଲ୍ଲା ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ହାଟଡିହି, (ବିକାଶ ବିଶ୍ୱାଳ) :କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲାଙ୍କ ଦରମା ସମୀକରଣ ନେଇ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ଅମଲାସଂଘ ପକ୍ଷରୁ ସ୍ନାତକ ହାରରେ ଦରମା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ଜିଲ୍ଲାରେ କାର୍ଯ୍ୟରତ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ସ୍ନାତକ ଯୋଗ୍ୟତା ପ୍ରଚଳନ କରିବାରେ ଇତିମଧ୍ୟରେ ଚାରିବର୍ଷ ବିତିଯାଇଥିଲେ ମଧ୍ୟ ସରକାର ସ୍ନାତକ ହାରରେ ଦରମା ପ୍ରଦାନ କରୁନାହାନ୍ତି । ତେଣୁ ଜିଲ୍ଲା ସ୍ତରୀୟ ଅମଲାଙ୍କ ମଧ୍ୟରେ ନୈରାଶ୍ୟଭାବ ସୃଷ୍ଟି ହୋଇଛି । ସ୍ନାତକ ଯୋଗ୍ୟତା ଥାଇ ରାଜ୍ୟରେ କାର୍ଯ୍ୟରତ ଅନ୍ୟବର୍ଗର କର୍ମଚାରୀମାନଙ୍କୁ ଦରମା ୯ହଜାର ୩୦୦ ଏବଂ ଗ୍ରେଡ-ପେ ୪ହଜାର ଦୁଇଶହ (ଲେବୁଲ୯) ପ୍ରଦାନ କରାଯାଉଥିବାବେଳେ ଜିଲ୍ଲା ସ୍ତରୀୟ ଅମଲାଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରାଯାଉଛି । ସମାନ ଶିକ୍ଷାଗତ ଯୋଗ୍ୟତା ଥାଇ ‘ସମାନ କାମକୁ ସମାନ ଦରମା’ ପ୍ରଦାନ ନୀତି ଅନୁସାରେ ରାଜ୍ୟ ସରକାର ତୁରନ୍ତ ପ୍ରଦାନ କରିବାକୁ ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଥିବା ଗଙ୍ଗାଧର ସାହୁ, ପ୍ରସନ୍ନ ବେହେରା, ପ୍ରଦୀପ କୁମାର ସ୍ୱାଇଁ, ସୋରେନ ନାଇକ ପ୍ରମୁଖ ସଂଘର କର୍ମକତ୍ତା ମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ