ଜିଲ୍ଲା ଆଇନସେବା ପ୍ରାଧିକରଣ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍) : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ବାଲେଶ୍ୱର ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବାଲେଶ୍ୱର ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ରାମଶଙ୍କର ହୋତାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବାଲେଶ୍ୱର ସ୍ଥାୟୀ ଲୋକ ଅଦାଲତର ବିଚାରପତି ଅଜୟ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଜଜ୍-୦୨ ଦେବାଶିଷ ରାଉତ୍, ଅତିରିକ୍ତ ଜିଲ୍ଲା ଜଜ୍ -୦୩ ସୁବାସ କୁମାର ବେହାରୀଙ୍କ ସମେତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ବାଲେଶ୍ୱର ଜିଲ୍ଲା ଆଇନମହାବିଦ୍ୟାଳୟ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ପଣ୍ଡା, ରୋଟାରୀ କ୍ଲବ ସଭାପତି କର୍ଚ୍ଚଲ ବିଡି ସିଂ, ସମ୍ପାଦକ ଡ. ସୁବ୍ରତ କୁମାର କର, ଆଇନଜୀବୀ ସତ୍ୟେନ୍ଦ୍ର ଉମାଶଙ୍କର ରାଉତ, ସସ୍ମିତା ମିଶ୍ର ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ସଭାରେ ରୋଟାରୀ କ୍ଲବ୍ ବାଲେଶ୍ୱର ଏବଂ ଇନର ହୁଇଲର କ୍ଲବ୍ ବାଲେଶ୍ୱରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ବକ୍ତା ମାନେ ମୁଖ୍ୟତଃ ନାରୀ ମାନଙ୍କର ଅଧିକାର ସୁରକ୍ଷା ଏବଂ ଏକ ପ୍ରଗତୀଶୀଳ ସମାଜ ଗଠନରେ ନାରୀ ମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହିତ ଆନ୍ତର୍ଜାତିକ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବିଷଦ୍ ଭାବରେ ଆଲୋଚନା କରିଥିଲେ । ଏହି ସଭାକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଚିନ୍ମୟ ଗଛାୟତ ପରିଚାଳନା କରିଥିଲେ ।


