ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କଟକ ସ୍ଥିତ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସତ୍ୟପ୍ରୀୟ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କୋଭିଡ କଟକଣାକୁ ମାନି ଏକ ଅନଲାଇନ୍ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ୍ ହେମନ୍ତ କୁମାର ସେଠୀ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ମାନସ କୁମାର ପଣ୍ଡା, ପ୍ରାଧିକରଣ ସଚିବ ବ୍ୟମୋକେଶ ନାୟକ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ଆରକ୍ଷୀ ଅଧିକାରୀ ଜୟରାମ ଶତପଥୀ, ପ୍ୟାନେଲ ଲୋୟର ଓ ପାରା ଲିଗାଲ କର୍ମି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ନାୟକ ଯୋଗ ଦେଇ ସାଇବର ଅପରାଧ ଓ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ହେଉଥିବା ଠକେଇ କିପରି ରୋକାଯାଇପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ସାଇବର ଅଭିଜ୍ଞତା ଥିବା ଜିଲ୍ଲା ପୋଲିସ ଅଧୀନରେ କାର୍ଯ୍ୟରତ କର୍ମଚାରୀ ପ୍ରଶାନ୍ତ ପରିଛା ସାମାଜିକ ଗଣମାଧ୍ୟମର ଉପକାରିତା ଓ ଅପକାରିତା ବିଷୟରେ ବିସ୍ତୃତ ଭାବେ ଉପସ୍ଥାପିତ ଜନସାଧାରଣଙ୍କୁ ସଚେତନତା କରାଇଥିଲେ ଏବଂ ସାଧାରଣ ଜନସାଧାରଣ କିପରି ସାଇବାର ଅପରାଧ ମାନଙ୍କ ଠକେଇ ଦ୍ୱାରା ବଞ୍ଚିତ ହେବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଏହି ସମସ୍ତେ କାର୍ଯ୍ୟକ୍ରମକୁ ପ୍ରାଧିକରଣ କର୍ମଚାରୀମାନେ ପରିଚାଳନା କରିଥିଲେ ।