ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସରଧାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୁବରାଜପୁର ଗ୍ରାମଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଜ୍ ବ୍ୟାମକେଶ ନାୟକ ଯୋଗଦାନ କରି ଥିଲେ । ଏହି ସଭାରେ ଗ୍ରାମର ମହିଳା, ପୁରୁଷ ଯୋଗଦେଇଥିଲେ । ଆଇନ ସେବା ପ୍ରାଧିକରଣ ଦ୍ୱାରା କଣ କଣ ସବୁ ସୁବିଧା ଯୋଗାଇ ଦିଆଯାଉଛି ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଲିଙ୍ଗ ନିରୂପଣ, ପରିବାର ଭିତରେ ମହିଳାମାନଙ୍କୁ ନିର୍ଯ୍ୟାତନା, ଅଠର ବର୍ଷରୁ କମ୍ ପୁଅ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା, ଅଠର ବର୍ଷର କମ୍ ଝିଅକୁ ବାହା ଘର କରିବା ଆଦି ଉପରେ ଥିବା ଆଇନ ସଚେତନତା କରିଥିଲେ । ଗରିବ ମାନଙ୍କ ପାଇଁ କିମ୍ବା ମହିଳା ମାନଙ୍କ ପାଇଁ ଆଇନର ସୁବିଧା ବିଷୟରେ ମଧ୍ୟ ଅବଗତ କରାଯାଇଥିଲା । ଏହି ସଭାରେ ପାରାଲିଗଲ କର୍ମୀ ଚନ୍ଦ୍ରଶେଖର ପ୍ରଧାନ ପରିଚାଳନା କରିଥିଲେ । ଶେଷରେ ସମାଜସେବୀ କୁଶ ସାହୁ, ସନ୍ତୋଷ କୁମାର ଜେନା, ମଦନ ବାରିକ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ ।