ଜିଲ୍ଲା ଏନଫୋର୍ସମେଂଟ ସ୍କ୍ୱାର୍ଡର ଚଢାଉ
କେନ୍ଦ୍ରାପଡା ,(ଯୁଗାବ୍ବ ନ୍ୟୁଜ) : ଦୈତାରୀ – ପାରାଦୀପ ୫ନମ୍ବର (କ) ଜାତୀୟ ରାଜପଥର କେନ୍ଦ୍ରାପଡା ଜିଲ୍ଲା ପରିସରରେ ଥିବା ରାସ୍ତାକଡ ହୋଟେଲ ଓ ଢାବା ଗୁଡିକ ଉପରେ ଚଢାଉକରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଜିଲ୍ଲା ଏନଫୋର୍ସମେଂଟ ସ୍କ୍ୱାର୍ଡ ରେ କେନ୍ଦ୍ରାପଡା ଅତିରିକ୍ତ ତହସିଲଦାର ନମିତା ବାରିକ,ବେସାମରିକ ଯୋଗାଭ ଅଧିକାରୀ ରଜନୀକାନ୍ତ ଦାସ,ବରିଷ୍ଠ ନୀରିକ୍ଷକ ବୈଧ ମାପ ଓଜନ,ଖାଦ୍ୟ ସୁରକ୍ଷା ଅଧିକାରୀ,ଶ୍ରମ ନୀରିକ୍ଷକ,ମାର୍କେଟିଂ ଇନିସପେକ୍ଟର କେନ୍ଦ୍ରାପଡା ଓ ଡେରାବିଶ,ମାର୍ଶାଘାଇ ଓ ଗରଦପୁରଙ୍କୁ ନେଇ ଏକ ଦଶ ଜଣିଆ ଟିମ କେନ୍ଦ୍ରାପଡାର୍ୁ ପାରାଦୀପ ରାସ୍ତା କଡରେ ଥିବା ବିଭିନ୍ନ ହୋଟେଲ ଓ ଢାବା ଗୁଡିକ ଉପରେ ଅଚାନକ ଚଢଉ କରାଯାଇଥିଲା । ଜାତୀୟ ରାଜପଥ କଡରେ ଥିବା ସାଇକ୍ରିଷ୍ଣା,ମାନସ,ଶ୍ରୀଜଗନ୍ନାଥ,ଆର୍ଶ୍ରୀର୍ବାଦ,ଦେବୀ ଓ ଚଣ୍ଡିଆ ଢାବା ଉପରେ ସ୍କ୍ୱାର୍ଡ ଟିମ ଅଚାନକ ପହଁଚି ହୋଟେଲ ଗୁଡିକର ଖାଦ୍ୟ ଯାଂଚ କରିବା ସହିତ ଶିଶୁ ଶ୍ରମିକ ଓ ହୋଟେଲ ଗୁଡିକର ଆନୁସଙ୍ଗିକ ବାତାବରଣ ଓ ଗତିବିଧି ଉପରେ ତନଖି କରିଥିଲେ । ତନଖି ସମୟରେ ହୋଟେଲ ବା ଢାବା ଗୁଡିକରେ ବେଆଇନ ଭାବେ ରହିଥିବା ୭ଗୋଟି ରନ୍ଧନ ଗ୍ୟାସ ସିଲିଣ୍ଡର ଯାହାର ଓଜନ ୪୬. ୫କିଗ୍ରା ରନ୍ଧନ ଗ୍ୟାସ ଜବତ କରାଯିବା ସହ ହୋଟେଲ ମାନସ,ଆଶ୍ରିର୍ବ୍ରାଦ ଓ ଦେବୀ ଠାରୁ ୧୫ହଜାର ଟଙ୍କା ଫାଇନ ଆଦାୟ କରାଯିବା ସହ ନିମ୍ନମାନର ଷ୍ଟଲ ଫୁଡ ଗୁଡିକୁ ନଷ୍ଟ କରିଦେଇଥିଲେ । ଧାରା ୩୨ ଅନୁଯାଇ ଖାଦ୍ୟ ଷ୍ଟଲ ଗୁଡିକର ପ୍ରସ୍ତୁତିକୁ ଉନ୍ନତ ମାନର କରିବାକୁ ନୋଟିସ ଜାରି କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଏହି ଚଢାଉରେ କୈାଣସି ଠାରେ ଶିଶୁ ଶ୍ରମିକ ଏହି ଟିମ ଦେଖିବାକୁ ପାଇନାହିଁ ।


