ଜିଲ୍ଲା ଏନଫୋର୍ସମେଂଟ ସ୍କ୍ୱାର୍ଡ ପକ୍ଷରୁ ଚଢାଉ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ନେତୃତ୍ୱରେ ସହରର ବିଭିନ୍ନ ହୋଟେଲ ଓ ଦୋକାନ ଗୁଡିକ ଉପରେ ଗୁରୁବାର ଚଢାଉ କରାଯାଇ ବେଆଇନ ଭାବେ ରଖାଯାଇଥିବା ଗ୍ୟାସ ସିଲିଣ୍ଡର ଓ ରନ୍ଧନ ଗ୍ୟାସକୁ ଜବତ କରାଯାଇଛି । ଜିଲ୍ଲା ଏନଫୋର୍ସମେଂଟ ସ୍କ୍ୱାର୍ଡ ରେ କେନ୍ଦ୍ରାପଡା ଅତିରିକ୍ତ ତହସିଲଦାର ନମିତା ବାରିକ,ବେସାମରିକ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ,ବରିଷ୍ଠ ନୀରିକ୍ଷକ ବୈଧ ମାପ ଓଜନ, ଖାଦ୍ୟ ସୁରକ୍ଷା ଅଧିକାରୀ,ଶ୍ରମ ନୀରିକ୍ଷକ,ମାର୍କେଟିଂ ଇନିସପେକ୍ଟର କେନ୍ଦ୍ରାପଡା ଓ ଡେରାବିଶ, ମାର୍ଶାଘାଇ ଓ ଗରଦପୁରଙ୍କୁ ନେଇ ଏକ ଦଶ ଜଣିଆ ଟିମ କେନ୍ଦ୍ରାପଡା ସହରର ଶ୍ରୀକ୍ରୀଷ୍ଣା ହୋଟେଲ,କଳିଙ୍ଗ ହୋଟେଲ,ହୋଟେଲ ଗୋଲଡେନ ପ୍ୟାଲେସ, ମୟୁରୀ ହୋଟେଲ,ବଳଦେବଜୀଉ ହୋଟେଲ, ନୀୟୁ କଳିକା ହୋଟେଲ,ତାରିଣୀ ହୋଟେଲ, ହିଲଟପ ହୋଟେଲ,ସାଇ ହୋଟେଲ,ପୂଜା ହୋଟେଲ, ବାସୁଦେବ ହୋଟେଲ ସହ ସୁଦର୍ଶନ ଜୁଏଲାରୀଏବଂ ଇଟିରେଂଟ ଭେଣ୍ଡର ଉପରେ ଅଚାନକ ଚଢାଉକରି ବିଭ ିନ୍ନ ବେଆଇନ କାରବାର ଉପରେ କଟକଣା ଜାରି କରିଥିଲେ । ଆଜିର ଚଢାଉରେ ବିଭିନ୍ନ ହୋଟେଲରେ ଥିବା ବେଆଇନ ରନ୍ଧନ ଗ୍ୟାସ ସିଲିଣ୍ଡର ୯ଟି ସହିତ ୩୦କେଜି ଜବତ କରି ବୈଧମାପ ବିଭାଗର ଠକେଇ ଅଭିଯୋଗରେ ମୋଟ ୬୨ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ସେହିପରି ୨ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସେହି ହୋଟେଲମାଲିକଙ୍କୁ ଶିଶୁ ଶ୍ରମିକମାନଙ୍କୁ କାର୍ଯ୍ୟରୁ ନିବୃତ ରଖିବାକୁ ଚେତାବନୀ ଦିଆଯାଇଛି । ସ୍କ୍ୱାର୍ଡ ପକ୍ଷରୁ କେତେକ ହୋଟେଲ ପ୍ରସ୍ତୁତ କରିଥିବା ଷ୍ଟଲଫୁଡ ବ୍ୟବସ୍ଥାକୁ ମଧ୍ୟ ନଷ୍ଟ କରିଦେଇଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ ବୁଧବାର ଜିଲ୍ଲାପାଳଙ୍କ ନିର୍ଦେଶରେ ସ୍କ୍ୱାର୍ଡ ପକ୍ଷରୁ କେନ୍ଦ୍ରାପଡା – ପାରାଦୀପ ୫ନମ୍ବର (କ) ଜାତୀୟ ରାଜପଥର ପାଶ୍ୱର୍ରେ ଥିବା ହୋଟେଲ ଓ ଢାବା ଉପରେ ଚଢାଉ କରାଯାଇ ୭ଗୋଟି ରନ୍ଧନ ଗ୍ୟାସ ସିଲିଣ୍ଡର ଓ ୪୬. ୫କିଗ୍ରା ରନ୍ଧନ ଗ୍ୟାସ ଜବତ କରାଯିବା ସହ ସେମାନଙ୍କ ଠାରୁ ୧୫ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ