ଜିଲ୍ଲା ଓକିଲ ସଙ୍ଘରେ ନିର୍ବାଚନ ପ୍ରଚାର କଲେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟରେ ଆଇନଜୀବୀମାନଙ୍କୁ ଭେଟି ଆଜି ନିର୍ବାଚନ ପ୍ରଚାର କରିଛନ୍ତି ବିଜୁ ଜନତାଦଳର କେନ୍ଦ୍ରାପଡା ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା । ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତାଦଳରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରାପଡା ଲୋକସଭା ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଜିଲ୍ଲା ଓକିଲ ସଙ୍ଘର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଭ୍ୟ/ସଭ୍ୟାମାନଙ୍କୁ ଆଜି ସଙ୍ଘ କାର୍ଯ୍ୟାଳୟରେ ଭେଟି ସେମାନଙ୍କର ଏକାନ୍ତ ସହଯୋଗ କାମନା କରିଛନ୍ତି । ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ କେନ୍ଦ୍ରାପଡାର ବିକାଶକୁ ଆଗେଇନେବା ପାଇଁ ଆସନ୍ତା ଜୁନ ୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମତଦାନ ଦିବସରେ ଉଭୟପ୍ରାର୍ଥୀଙ୍କୁ ଯୋଡିଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଉପସ୍ଥିତ ଓକିଲମାନଙ୍କୁ ଉଭୟ ନିବେଦନ କରିଥିଲେ । ଏହି ଅବସରରେ ଜିଲ୍ଲା ଓକିଲ ସଙ୍ଘ ଓ ମୋହରିର ସଙ୍ଘ ପକ୍ଷରୁ ସଂସଦ ପ୍ରାର୍ଥୀ ଶ୍ରୀ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଉତ୍ସୋସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଜିଲ୍ଲା ବିଜେଡି ଲିଗାଲ ଫ୍ରଣ୍ଟର କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଜେନା ଉଭୟ ପ୍ରାର୍ଥୀଙ୍କୁ ଓକିଲମାନଙ୍କ ସହ ପରିଚିତ କରାଇଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ଲିଗାଲ ଫ୍ରଣ୍ଟର ସଭାପତି ଭୀମସେନ ଭୂୟାଁ, ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା, ଜିଲ୍ଲା ଓକିଲ ସଙ୍ଘ ସମ୍ପାଦକ ବ୍ରଜସୁନ୍ଦର ରାଉତ, ଆଇନଜୀବୀ ହାଡିବନ୍ଧୁ ସିଂ, ରମାକାନ୍ତ ସ୍ୱାଇଁ, ସରୋଜ କୁମାର ଜେନା, ସୁରେଶ ଚନ୍ଦ୍ର ନାୟକ, ନିରଞ୍ଜନ ବଳ, ମାନସରଞ୍ଜନ ଧଳ, ମମତାମୟୀ ସାମଲ, ରେଣୁବାଳା ସାମଲ, ସେକ ମୁଜିବୁର ରହେମନ, ଦିଲ୍ଲିପ କୁମାର ପରିଡା, ଗୋବର୍ଦ୍ଧନ ରାଉତ, ଅଫସର ଅଲ୍ଲୀ ବକ୍ସ, ଇତିହାସ ଲେଙ୍କା, ଅରୁଣ ପ୍ରସାଦ ଦାସ, ସଞ୍ଜୟ କୁମାର ପାତ୍ର, ମଣ୍ଟୁ ମଲିକ, ଆଶିଷ କୁମାର ସାମଲ, ସ୍ୱୟଂପ୍ରକାଶ ଦାସ, ହରିପ୍ରସାଦ କର, ବିଜୟ ପରିଡା, ଶେଷଦେବ ପ୍ରସାଦ ଦାସ, ସତ୍ୟବ୍ରତ ଦାସ, ଅଜୟ ମହାନ୍ତି, ଅକ୍ଷୟ କୁମାର ନାଥ, ନିତ୍ୟାନନ୍ଦ ସ୍ୱାଇଁ, ମାନସ ମହାନ୍ତି, ହିରଣ୍ୟ ପଣ୍ଡା, ଦୀପକ ପ୍ରଧାନ, ମହେଶ୍ୱର ବେହେରା, ଚୈତନ୍ୟ ମଲିକଙ୍କ ସମେତ ୩ଶହରୁ ଉର୍ଦ୍ଧ୍ୱ ଓକିଲ ଏବଂ ମୋହରିର ସଙ୍ଘ ସଭାପତି, ସମ୍ପାଦକ ଓ ଶତାଧିକ ସଦସ୍ୟମାନେ ଯୋଗଦେଇ ଉଭୟ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ