ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ଡିସେମ୍ବର ୧୨ରେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ନିର୍ବାଚନ ଆସନ୍ତା ଡିସେମ୍ବରମାସ ୧୨ତାରିଖରେ ହେବା ପାଇଁ ଆଜି ନିର୍ବାଚନ ଅଧିକାରୀ ତଥା ଆଇନଜୀବି ଚନ୍ଦ୍ରଭାନୁ ବରାଳ ବିଜ୍ଞପ୍ତି ଜାରି କରିଛନ୍ତି । ଚଳିତବର୍ଷ ମାର୍ଚ୍ଚମାସ ୨୮ତାରିଖରେ ପ୍ରଥମେ ଓ ପରେ ଅପ୍ରେଲମାସ ୨୫ତାରିଖରେ ଏହି ନିର୍ବାଚନ ହେବାକୁ ଥିବା ବେଳେ କୋଭିଡ ପାଇଁ ତାହାକୁ ଘୁଂଚାଇ ଦିଆଯାଇଥିଲା । ନିର୍ବାଚନ ଅଧିକାରୀ ଶ୍ରୀ ବରାଳଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାଇ ଆଜି ସଂପୂର୍ଣ୍ଣ ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ଆସନ୍ତା ୨୪ ଓ ୨୫ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ମଧ୍ୟରେ ମନୋନୟନପତ୍ର ଦାଖଲ କରାଯିବ । ନଭେମ୍ବର ୨୬ତାରିଖ ସାଢେ୧୨ଟା ସମୟରେ ମନୋନୟନପତ୍ର ଯାଂଚ କରାଯିବ ଓ ୨୮ତାରିଖ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ଅପରାହ୍ନ ୪ଟାରେ ସମସ୍ତ ସମ୍ପୂର୍ଣ୍ଣ ପ୍ରାର୍ଥୀତାଲିକା ପ୍ରକାଶନ କରାଯିବ । ଆସନ୍ତା ଡିସେମ୍ବରମାସ ୧୨ତାରିଖ ପୂର୍ବାହ୍ନ ୮ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବା ସହ ଅପରାହ୍ନ ୫ଟା ଠାରୁ ଭୋଟ ଗଣତି କରାଯାଇ ଫଲାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ବରାଳଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରୁ ଜଣାପଡିଛି ।