ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ବନ୍ଦକୁ ନେଇ କାର୍ଯ୍ୟାଳୟରେ ତାଲା ପଡିଲା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ଓକିଲ ସଙ୍ଘର ମଧ୍ୟବର୍ତ୍ତୀକାଳୀନ କମିଟି ନିର୍ବାଚନ ପାଇଁ ଆବଶ୍ୟକ ଅର୍ଥ ଯୋଗାଇଦେବାକୁ ମନା କରିବାରୁ ଏବଂ କରୋନା ପରିସ୍ଥିତି ଯୋଗୁଁ ଆବଶ୍ୟକ ସହଯୋଗ ନମିଳିବାରୁ ଆସନ୍ତା ଡିସେମ୍ବରମାସ ୧୨ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ଓକିଲ ସଙ୍ଘର ନିର୍ବାଚନକୁ ଗତ ସୋମବାର ଜିଲ୍ଲା ଓକିଲ ସଙ୍ଘର ନିର୍ବାଚନ ଅଧିକାରୀ ଆଇନଜୀବି ଚନ୍ଦ୍ରଭାନୁ ବରାଳ ବନ୍ଦ କରାଗଲା ବୋଲି ନୋଟିସ ଦେଇଛନ୍ତି । ସେଥି ପାଇଁ ଓକିଲ ସଙ୍ଘର ସଦସ୍ୟମାନେ ନିର୍ବାଚନକୁ ବନ୍ଦ କରାଯିବାରୁ ତାହାର ପ୍ରତିବାଦରେ ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟରେ ଆଜି ତାଲା ପକାଇଦେଇଥିବା ଦେଖାଯାଇଛି । ସେମାନେ କହିଛନ୍ତି ଯେ ନିର୍ବାଚନ ଅଧିକାରୀ ଶ୍ରୀ ବରାଳଙ୍କୁ ମଧ୍ୟବର୍ତ୍ତୀ କାଳିନ କମିଟି ଅର୍ଥ ଦେବାକୁ ମନାକରିବା ପରେ ଶ୍ରୀ ବରାଳ ସଙ୍ଘର ସାଧାରଣ ପରିଷଦକୁ ଏସମ୍ପର୍କରେ ନଜଣାଇ ନିର୍ବାଚନକୁ ବନ୍ଦ କରିବା ଉଚିତ ହୋଇନାହିଁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଓଡିଶା ଉଚ୍ଚ ନ୍ୟାୟାଳୟ ଆସନ୍ତା ଡିସେମ୍ବରମାସ ୧୫ତାରିଖ ସୁଦ୍ଧା ସମସ୍ତ ବାରରେ ନିର୍ବାଚନ ସାରିବାକୁ ନିର୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ