ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଆଇନଜୀବୀ ବିଜୟକୃଷ୍ଣ ସାହୁଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ନଗରପାଳ ବିଜୟକୃଷ୍ଣ ସାହୁ(ନିଳବାବୁ)ଙ୍କ ବିୟୋଗରେ ଏକ ଶୋକସଭା ସଙ୍ଘ କାର୍ଯ୍ୟାଳୟରେ ସଭାପତି ଧ୍ରୁବ ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ତାଙ୍କ ଆତ୍ମାର ସଦଗତି କାମନା କରାଯାଇ ୨ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ସଭାପତି ଶ୍ରୀ ଜେନା ସ୍ୱର୍ଗତ ସାହୁଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଗତ ଜାନୁଆରୀମାସ ୨୬ତାରିଖରେ ୪୫ବର୍ଷରୁ ଉର୍ଦ୍ଧ୍ୱ ଆଇନଜୀବୀ ହିସାବରେ ସ୍ୱର୍ଗତ ସାହୁଙ୍କୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ସୂଚନା ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ଆଇନଜୀବୀ ତଥା ପ୍ରାକ୍ତନ ନଗରପାଳ ଧିରେନ କୁମାର ସାହୁ, ସଙ୍ଘର ସମ୍ପାଦକ ଜିତେନ୍ଦ୍ରୀୟ ରାଉତ,ପ୍ରାକ୍ତନ ସଭାପତି ବିଚିତ୍ରାନନ୍ଦ ମହାନ୍ତି, ସରୋଜରାଜ ସିଂହ, ଭୀମସେନ ଭୂୟାଁ, ଗୈାରପ୍ରସାଦ ମହାପାତ୍ର, ବଳଦେବ ପ୍ରସାଦ ସାମନ୍ତରାୟ, ବୈଦ୍ୟନାଥ ଚାଟାର୍ଜୀ, ଗୋକୁଳରଞ୍ଜନ ଦାସ, ପ୍ରଭାତ ଅଧିକାରୀ ପ୍ରମୁଖ ବରିଷ୍ଠ ଆଇନଜୀବୀମାନେ ତାଙ୍କର ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ସ୍ୱାଇଁ, ନେହେରୁ କୁମାର ସାହୁ, ଆଶୁତୋଷ ମହାନ୍ତି, ତମଷା ପାତ୍ର, ମମତାମୟୀ ସାମଲ, ଅକ୍ଷୟ ନାଥ, ଧନୁର୍ଦ୍ଧର ନାୟକ, ମହେନ୍ଦ୍ର ଜେନା, ମାନସରଞ୍ଜନ ମହାନ୍ତି, ରମେଶ ଲେଙ୍କା, ଲକ୍ଷ୍ମଣ କୁମାର ସାହୁ, ସୁଶ୍ରୀ ନାୟକ, ଗୋବର୍ଦ୍ଧନ ରାଉତ, ଦୀନେଶରାଜ ସିଂହ, ଶୁଭକାନ୍ତ ମିଶ୍ର, ମନୋଜ କୁମାର ସାହୁ, ହାଡିବନ୍ଧୁ ସିଂହ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।